ଛତ୍ରପୁର ର ଆନ୍ତର୍ଜାତିୟ ଖେଳାଳୀ ଭି. ରମେଶ

ଛତ୍ରପୁର, (ଦେବଦତ୍ତ ମହାରଣା):ନଭେମ୍ବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଇଟାଲୀର ପିସା ସହରରେ ହେବାକୁ ଥିବା ହ୍ୱିଲ ଚେୟାର ଫେନ୍ସି ବିଶ୍ୱକପ୍ ରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଛତ୍ରପୁର ସହର ଗିଲଟିପଟା ସାହିର ଆନ୍ତର୍ଜାତୀୟ ଖେଳାଳୀ ଭି.ରମେଶ ରାଓ । ଓଡିଶାରୁ ୩ ଜଣ ଖେଳାଳୀ ଏହି ଖେଳରେ ଭାରତୀୟ ଦଳରେ ଖେଳିବା ପାଇଁ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରାଖାଲ୍ କୁମାର ସେଠୀ ଓ ପୂଜାସିନୀ ନାୟକ । ହ୍ୱିଲ ଚେୟାର ଫେନ୍ସି ବିଶ୍ୱକପ ପ୍ରସ୍ତୁତି ପାଇଁ ହରିୟାଣାର କର୍ଣ୍ଣାଲରେ ଆୟୋଜିତ ଜାତୀୟ ଶିବିରରେ ମନୋନୀତ ଖେଳାଳୀ ମାନେ ଭଲ ଅଭ୍ୟାସ କରିଥିଲେ । ହ୍ୱିଲ ଚେୟାର ଫେନ୍ସି ବିଶ୍ୱକପରେ ଭଲ ପ୍ରଦଶ୭ନ ସହ ପଦକ ଜିତିବେ ବୋଲି ରମେଶ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ