ଚାଲି ଚାଲି ସ୍ୱଚ୍ଛତାର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ଅଧିକ ଆକର୍ଷଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟ କରାଯାଉଛି । ସହରବାସୀ ମାନେ ନିଜ ଦୋକାନର ୫ ମିଟର ବ୍ୟବଧାନକୁ ନିଜେ ସଫା କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାଦ୍ୱାରା ସହର ଅଳିଆମୁକ୍ତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଛତ୍ରପୁର ଏନଏସି କାର୍ଯ୍ୟାଳୟରୁ ଚାଲି ଚାଲି ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିଦର୍ଶନ କରି ସ୍ୱଚ୍ଛତାର ତଦାରଖ କରିଥିଲେ । ଅରବିନ୍ଦ ସ୍କୁଲ ସମ୍ମୁଖ ମାର୍କେଟ କମ୍ଲେକ୍ସରେ ଅଳିଆ ଆବର୍ଜନା ପଡିଥିବା ଦେଖି ଦୋକାନୀ ମାନଙ୍କୁ ତାଗିଦ୍ ମଧ୍ୟ କରିଥିଲେ । ପରେ ନୂତନ ବସଷ୍ଟାଣ୍ଡ ରୋଡ୍ ପାଶ୍ୱର୍ରେ ବୃକ୍ଷରୋପଣ କରିବା ସହିତ ଯେଉଁମାନେ ନିଜ ଦୋକାନ କିମ୍ବା ଗୃହ ନିକଟରେ ଅଳିଆ ସପା ନ କଲେ ସେମାନଙ୍କୁ ଠାରୁ ଜୋରିମାନା ଆଦାୟ କରିବା ପାଇଁ କହିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ଏନଏସିର କନିଷ୍ଟ ଯନ୍ତ୍ରୀ ସୁଶାନ୍ତ ଷଡଙ୍ଗୀ ଓ ଜୋସ୍ନାମୟୀ ଜେନାଙ୍କ ସମେତ ଏନଏସିର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।