‘ କାଠ ପାଦ ‘ ରଣପାର କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା) : ରବିବାର ଗଞ୍ଜାମ ଛତ୍ରପୁରର ପାରମ୍ପାରିକ ଲୋକନୃତ୍ୟ “କାଠ ପାଦ” ରଣପାର କର୍ମଶାଳା ସ୍ଥାନୀୟ ଶିବ କୁମାର ପଟନାୟକ ରିଡିଙ୍ଗ ରୁମ ଠାରେ ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମୀର “କାଠ ପାଦ” ରଣପା ପାରମ୍ପାରିକ ଲୋକନୃତ୍ୟ କେନ୍ଦ୍ର ଏବଂ ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ଦ୍ୱାରା ନୃତ୍ୟ ନିର୍ଦ୍ଧେଶକ ସମୀର କୁମାର ବେହେରା ଏବଂ ପୂର୍ଣ୍ଣଞ୍ଜୟ ଜେନାଙ୍କ ଦ୍ୱାରା ଆୟୋଜିତ କାଯ୍ୟକ୍ରମରେ କଳାପ୍ରେମି ତଥା ନୃତ୍ୟ ନିର୍ଦ୍ଧେଶକ ପ୍ରଶାନ୍ତ କୁମାର ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁଙ୍କ ଛାତ୍ର ତଥା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଶରତ ଚନ୍ଦ୍ର ମହାପାତ୍ର ଏବଂ ସନମାନୀୟ ଅତିଥି ଭାବେ – ସାମାଜିକ କର୍ମୀ ତଥା ଅଲ ଇଣ୍ଡିଆ ରେଡ଼ିଓ ବ୍ରହ୍ମପୁର ର ଉଦଘୋଷକ ଅରୁଣ କୁମାର ଶତପଥି,ଛତ୍ରପୁର ଠାକୁରାଣୀ ଯାତ୍ରା କମିଟିର ବରିଷ୍ଟ ସଦସ୍ୟ ସମରେନ୍ଦ୍ର ସେନାପତି,ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ମଧୁସ୍ମିତା ପଟନାୟକ ଯୋଗ ଦେଇଥିଲେ l ଗଞ୍ଜାମ ଜିଲ୍ଲା ଛତ୍ରପୁରର ଗ୍ରାମଦେବୀ ମାଁ ରାମାୟାଣାମାଙ୍କ ଠାକୁରାଣୀ ଯାତ୍ରା ସମୟରେ କାଳୀ ବେଶରେ ପାରମ୍ପାରିକ ଲୋକନୃତ୍ୟ ଏହି “କାଠ ପାଦ” ରଣପା ଠାରୁ ଆରମ୍ଭକରି ବିଭିନ୍ନ ବର୍ଗର ନୃତ୍ୟ କଳାକୁ କିପରି ସୁରକ୍ଷାର ସହ ବଞ୍ଚି ରହିବ ଏବଂ ସେଥିପ୍ରତି ଆଗାମୀ କୁନି କୁନି ପିଲା ଯୁବ ପିଢ଼ି କିପରି ଉତ୍ସାହ ପ୍ରକାଶ କରିବେ ତା ଉପରେ ଅତିଥିମାନେ କର୍ମଶାଳା ରେ ଆଲୋଚନା କରିଥିଲେ l କାଯ୍ୟକ୍ରମରେ ଦିବାକର ବିଷୋୟୀ ଏବଂ ତାମାନା ରାଣୀ ନାୟକ କାଠ ପାଦ ରଣପାରେ ନୃତ୍ୟ ପରିବେଷଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଵାତି ରେଡ୍ଡୀ, ବି.ଡ଼ମ୍ବୁରୁ ପାତ୍ର, ଏମ ରବୀନ୍ଦ୍ର ରେଡ୍ଡୀ ପ୍ରମୁଖ କର୍ମଶାଳାରେ ସହଯୋଗ କରିଥିଲେ l


