କୃଷକ ବିଲ୍ ପ୍ରତ୍ୟାହାର ନେଇ କାଶୀନଗରରେ ମିଶ୍ର ପ୍ରତିକ୍ରିୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଶୁକ୍ରବାର ଦିନ ବିବାଦୀୟ ତିନି କୃଷି ଆଇନ୍‌ର ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଜପତି ଜିଲ୍ଲା କାଶୀନଗର ରଇତ ସଂଘର ସଭାପତି ପ୍ରଶାନ୍ତ ମିଶ୍ର କହିଛନ୍ତି ଯେ, ଉଲ୍ଲିଖିତ ୩ଆଇନର କାର୍ଯ୍ୟକାରିତା ଉପରେ ସୁପ୍ରିମ୍ କୋର୍ଟ ଆଗରୁ ସ୍ଥିଗତାଦେଶ ଦେଇ ସାରିଥିଲେ । ସେତେବେଳେ (ଗତ ଜାନୁଆରୀ ମାସରେ) ଯଦି ଏହି ପ୍ରତ୍ୟାହାର ଘୋଷଣା କରାଯାଇଥାନ୍ତା ତେବେ ଶଙ ସଙ କୃ କୃଷକଙ୍କୁ ଦାବୀ ପୂରଣ ପାଇଁ ଲଢେଇରେ ପ୍ରାଣବଳି ଦେବାକୁ ପଡି ନଥାନ୍ତା । ଚାଥିର ରକ୍ତ ଦେଇ କୃଷକମାନେ ବିଜୟ ହାସଲ କରିଛନ୍ତି ଓ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ଅହଙ୍କାର ମଳିନ ପଡି ଯାଇଛି । ତେବେ ବିଜୟ ପଥ ଗୋଟିଏ ପାଦ ମାତ୍ର ଲଢୁଆ କୃଷକମାନେ ଅତିକ୍ରମ କରିଛନ୍ତି । ସଂଗ୍ରାମ ସରିନାହିଁ । ଚଳିତ ମାସ ଶେଷ ଆଡକୁ ବସିବା ପାଇଁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ କୌମସି ଟାଳଟୁଳ ନୀତି ଅବଲମ୍ବନ ନକରି ପ୍ରତ୍ୟାହାରକୁ ରୀତିସିଦ୍ଧ କରାଯିବା ଉଚିତ । ସେହିପରି ସର୍ବନିମ୍ନ ସହାୟକ ମୂଲ୍ୟ (ମିନିମମ୍ ସପୋର୍ଟ ପ୍ରାଇସ୍‌- ଏମଏସ୍‌ପି)ର ବୃଦ୍ଧି ଘଟଣାବା ସହ ଉକ୍ତ ବୃଦ୍ଧିକୁ ଆଇନ୍ ପରିସରକୁ ଆଣିବା ପାଇଁ ପଦକ୍ଷେପ ନିଆଯିବା ଜରୁରୀ । ଶେଷରେ ଦୀର୍ଘ ଲଢେଇ ପରେ ବିଜୟର ସ୍ୱାଦ ଚାଖିଥିବାରୁ ଶ୍ରୀ ମିଶ୍ର କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ