ବିକଶିତ ଭାରତ ଯୁବ ସଂସଦ ୨୦୨୭ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ମେରା ଯୁବ ଭାରତ, ଗଜପତି ପକ୍ଷରୁ ବିକଶିତ ଭାରତ ଯୁବ ସଂସଦ ୨୦୨୭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର I ସଂଯୋଜକ ତଥା ପରୀକ୍ଷା ନିୟନ୍ତ୍ରକ ଡଃ ବିଘ୍ନେଶ୍ୱର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡଃ ବିପ୍ଳବ ରଞ୍ଜନ ପ୍ରଧାନ, ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଶ୍ରୀ କାନନ ବାଳା ପାତ୍ର, ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀ କୋମଲଶିଖା ମଲ୍ଲିକ, ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ମଧୁସ୍ମିତା ପ୍ରଧାନ, ରସାୟନ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଶ୍ରୀ ବିଦ୍ୟାଧର ସେଠୀ ଏବଂ କୀଟତତ୍ତ୍ୱ ବିଭାଗର ମୁଖ୍ୟ ଡଃ ନିହାଲ ରବୀନ୍ଦ୍ରନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା, ସଂସଦୀୟ ପ୍ରକ୍ରିୟା ଓ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ଏହାପରେ ନିର୍ଦ୍ଧାରିତ ବିଷୟବସ୍ତୁ “ନିଶାମୁକ୍ତ ଯୁବପିଢ଼ି – ବିକଶିତ ଭାରତ” ଉପରେ ଯୁବ ସଂସଦ ବିତର୍କ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କ ଦାୟିତ୍ୱ ଏବଂ ବିକଶିତ ଭାରତ ଗଠନରେ ସେମାନଙ୍କ ଅବଦାନ ସମ୍ପର୍କରେ ନିଜ ନିଜର ମତ ଓ ଯୁକ୍ତି ଉପସ୍ଥାପନ କରିଥିଲେ ।ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ମେରା ଯୁବ ଭାରତ କାର୍ଯ୍ୟାଳୟ ପକ୍ଷରୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ