ଉତ୍ତର ପ୍ରଦେଶ – ନେପାଳ ସୀମା ସିଲ୍
ଲକ୍ଷେ୍ମø: ଶୁକ୍ରବାର ମଧ୍ୟରାତ୍ରୀ ସମୟରେ ଶୀର୍ଷସ୍ତରୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିବା ପରେ ଉତ୍ତର ପ୍ରଦେଶ ଓ ନେପାଳ ସୀମାକୁ ସିଲ୍ କରିଦିଆଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବିନାଶ ଅୱସ୍ତି କହିଛନ୍ତି ଯେ ଉପଯୁକ୍ତ ଚିହ୍ନଟ ବିନା କାହାରିକୁ ସ୍ପର୍ଶକାତର ସୀମାନ୍ତକୁ ଛଡ଼ାଯିବନି । ଅୱସ୍ତି କହିଛନ୍ତି ଯେ ରେଳଗାଡ଼ିରେ ଏବଂ ଷ୍ଟେସନରେ ଥିବା ଯାତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥା କରିବାକୁ ରେଳବାଇ ଫୋର୍ସଙ୍କୁ କୁହାଯାଇଛି । ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହରରେ ଥିବା ଯାତ୍ରୀମାନଙ୍କ ଘରବାହୁଡ଼ା ନିମନ୍ତେ ଅଧିକ ସଂଖ୍ୟକ ବସ୍ ସେବା ଆରମ୍ଭ କରାଯାଇଛି । ଘଟଣାସ୍ଥଳର ପ୍ରତ୍ୟକ୍ଷ ବିବରଣୀ ପାଇବା ପାଇଁ ଓ ଆବଶ୍ୟକ ନିର୍ଦେଶାବଳୀ ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡଜନାଧିକ କମିସନରଙ୍କୁ ଫୋନ୍ କରିଛନ୍ତି । ଶନିବାର ସକାଳ ୧୦: ୩୦ରେ ରାମ ଜନ୍ମଭୂମୀ-ବାବ୍ରି ମସଜିଦ୍ ଜମି ବିବାଦର ରାୟ ପ୍ରକାଶ ପାଇବ । ଏଥିପାଇଁ ଅଯୋଧ୍ୟାରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି ।