ରାଷ୍ଟ୍ରୀୟ , ଆନ୍ତଃରାଷ୍ଟ୍ରୀୟ ଏବଂ ସାର୍ବଜନୀନ ଶିଶୁ ଦିବସ
ବିପିନ ବିହାରୀ ମହାନ୍ତି
କୌଣସି ରାଷ୍ଟ୍ରରେ କୌଣସି ବିଶେଷ ଦିବସକୁ ଶିଶୁ ଦିବସ ରୂପେ ପାଳନ କଲେ, ତାକୁ ସେ ଦେଶର ରାଷ୍ଟ୍ରୀୟ ଶିଶୁଦିବସ କୁହନ୍ତି । ଏଣୁ ଏହା ଦେଶ ବା ଜାତି ନେଇ ଭିନ୍ନ ଭିନ୍ନ ତାରିଖରେ ପଡିଥାଏ ଯେପରି ଭାରତର ଶିଶୁ ଦିବସଟି ନଭେମ୍ବର ୧୪କୁ ପାଳନ କରାଯାଏ । ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ଏବଂ ବିଶେଷ ଦିବସ ଏଇଥିପାଇଁ ଯେ ଏହି ଦିନ ଆମ ସ୍ୱାଧୀନତା ସଂଗ୍ରାମର କିମ୍ବଦନ୍ତୀ ପୁରୁଷ ତଥା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜନ୍ମଦିନ ଅଟେ । ତାଙ୍କ ଜନ୍ମ ଦିବସଟିକୁ ଜାତୀୟ ବା ରାଷ୍ଟ୍ରୀୟ ଶିଶୁ ଦିବସରୂପେ ପାଳନ କରାଯାଏ । ଆହୁରି ଏକ ଗୁରୁତ୍ୱ ପୂର୍ଣ୍ଣ ବିଶେଷତ୍ୱ ଏହି ଯେ ସେ ଶିଶୁ ମାନଙ୍କୁ ଖୁବ୍ ଭଲ ପାଉଥିଲେ । ସେମିତି ତାଙ୍କୁ ମଧ୍ୟ ବହୁତ ଭଲପାଉଥିଲେ ଶିଶୁ ମାନେ । ତାଙ୍କୁ ସେମାନେ ଶ୍ରଦ୍ଧା ଓ ସମ୍ମାନରେ ଚାଚା ବୋଲି ସମ୍ବୋଧନ କରୁଥିଲେ । ସେ ଏବଂ ଶିଶୁ ମାନେ ନିଜ ନିଜ ମେଳରେ ବହୁତ ଆନନ୍ଦର ‘ାଇଦା ଉଠାଉଥିଲେ । ପୁନଶ୍ଚ ସେ ନିଜେ ଥିଲେ ଏକ ସ୍ୱତନ୍ତ୍ର ଶିଶୁ ଯିଏ ଉପଯୁକ୍ତ ଯତ୍ନଦ୍ୱାରା ବଢ଼ି ଏକ ମହାନ୍ ବୃକ୍ଷରେ ପରିଣତ ହେଲେ : ସେ ବିଶ୍ୱ ପ୍ରସିଦ୍ଧ ବିରାଟ ବ୍ୟକ୍ତିତ୍ୱ ଏବଂ ଆମର ପ୍ରଥମ ପ୍ରଧାନମନ୍ତ୍ରୀ । ଶ୍ରୀଲଙ୍କାରେ ତାଙ୍କ ରାଷ୍ଟ୍ରୀୟ ଦିବସଟି ୧(ଏକ) ଅକ୍ଟୋବର ଦିନ ପାଳିତ ହୁଏ । ଏହିପରି ଅନ୍ୟାନ୍ୟ ଦେଶରେ ତାଙ୍କ ରାଷ୍ଟ୍ରୀୟ ଶିଶୁ ଦିବସଟି ବିଭିନ୍ନ ତାରିଖରେ ପାଳନ କରନ୍ତି ।
ଆନ୍ତଃରାଷ୍ଟ୍ରୀୟ ଶିଶୁଦିବସଟି ପ୍ରତିବର୍ଷ ୧ଜୁନ୍ ରେ ପାଳିତ ହୁଏ । ଏହା ପ୍ରଥମେ ତୁର୍କୀରେ ୧୯୨୦ରେ ପାଳିତ ହୋଇଥିଲା ଏବଂ ପରେ ଶିଶୁମାନଙ୍କ ଉନ୍ନତି କଳ୍ପେ ବିଶ୍ୱ ସମ୍ମିଳନୀ, ଜେନେଭା, ସୁଇଜରଲ୍ୟାଣ୍ଡଠାରେ ୧୯୨୫ରେ ଆନ୍ତର୍ଜାତିକ ଶିଶୁ ଦିବସ ରୂପେ ପାଳନ କରାଇବାକୁ ଗୃହୀତ ହେଲା ।
ଅବଶ୍ୟ ଜୁନ୍ ୧ କୁ କାହିଁକି ଆନ୍ତର୍ଜାତିକ ଶିଶୁ ଦିବସ ରୂପେ ଗ୍ରହଣ କରାଗଲା, ତା’ର ଯଥାର୍ଥତା ନେଇ ବିଶେଷ ଗୁରୁତ୍ୱ ପୂର୍ଣ୍ଣ କିଛି ନାହିଁ । ତେବେ ଶୁଣାଯାଏ ଯେ ଚାଇନାର କନସଲ୍ ଜେନେରାଲ ସାନ୍ ‘୍ରାନ୍ସିସ୍କୋ ଯୁକ୍ତରାଷ୍ଟ୍ର ଆମେରିକାରେ ଗୁଡ଼ାଏ ଅନାଥ ପିଲାଙ୍କୁ ନେଇ ଡ୍ରାଗନ ବୋଟ୍ େ‘ଷ୍ଟିବାଲ ଜୁନ ୧, ୧୯୨୫ ରେ ପାଳନ କରୁଥିଲେ । ଏହି ଦିନ ମଧ୍ୟ ଜେନେଭାରେ ଜେନେରାଲ ଆସେମ୍ଲି ସମ୍ମିଳନୀ ଥିଲା । ବୋଧ ହୁଏ ଏହି ଉତ୍ସବକୁ ଆଧାରକରି ଏହା ଯଥାର୍ଥ ହୋଇଥାଇପାରେ ।
ବିଶ୍ୱ ସ୍ତରରେ ଶିଶୁଦିବସଟି ଅକ୍ଟୋବର ୧୯୫୫ରେ ମିଳିତ ଜାତି ସଂଘର ଶିଶୁ ମଂଗଳ ସଂସ୍ଥାଦ୍ୱାରା ପ୍ରଥମକି ଜେନେଭା ଠାରେ ପାଳିତ ହେଲା । ଏହିଠାରେ ବିଶ୍ୱ ଶିଶୁ ଦିବସ ବା ସାର୍ବଜନୀନ ଶିଶୁ ଦିବସ ପାଳନାର୍ଥେ ଆଲୋଚନା ପାଇଁ ରାବବ ମନସୁଲ ଗ୍ରେଡ-୮ ଏବଂ ଭାରତର ଶ୍ରୀ ଭି.କେ , କିଷ୍ଣୁମେନାଙ୍କ ଏହା ଦ୍ୱାରା ବିଶଦ ଆଲୋଚନା ପାଇଁ ପ୍ରସ୍ଥାବ ଉପସ୍ଥାପନ କଲେ ଏବଂ ଏହା ମିଳିତ ଜାତିସଂଘର ସାଧାରଣ ସଭାଦ୍ୱାରା ୧୯୫୫ରେ ଗୃହୀତ ହେଲା । ଏହି ଦିବସଟି ସ୍ୱତନ୍ତ୍ର ଭାବେ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ବିଶ୍ୱ ବା ଜାଗତିକ ସ୍ତରରେ ଏହା ନଭେମ୍ବର ୨୦ ରେ ପାଳିତ ହୁଏ ।
ଭାରତରେ ନଭେମ୍ବର ୨୦ କୁ ବିଶେଷ ଭାବରେ ଗୁରୁତ୍ୱ ନଦେଲେ ହେଁ , ସେହି ଅର୍ଥରେ ନେହୁରୁଙ୍କ ଜନ୍ମ ଦିବସ ୧୪ ନଭେମ୍ବରକୁ ଧୂମ୍ ଧାମରେ ବିଶେଷ କରି ବିଦ୍ୟାଳୟ ସ୍ତରରେ ନାନାପ୍ରକାର ନାଚ, ଗୀତ, ଖେଳ, କୁଦ ଏବଂ ପ୍ରତିଯୋଗିତା ମାଧ୍ୟମରେ ପାଳିତ ହୁଏ । ପିଲାମାନଙ୍କୁ ମିଷ୍ଟାନ୍ନ ବା ମିଠାଇ ବିତରଣ କରାଯାଏ । ଦୁଃଖ ଯେ ଏହାର ସୁଯୋଗ ଦେଶର ସମସ୍ତ ଶିଶୁ ନେଇପାରନ୍ତି ନାହିଁ । ଦୁଃଖ , ଦୈନ୍ୟ ଏବଂ ଦାରିଦ୍ର୍ୟ ତାଙ୍କୁ ଏ ସବୁରୁ ବଂଚିତ କରାଉଛି । ଏବେ ବି ୫ରୁ ୧୪ ବର୍ଷର ଅନେକ ଶିଶୁ ମୌଳିକ ଶିକ୍ଷାରୁ ବଂଚିତ ।
ନଭେମ୍ବର ୨୦ କୁ ବିଶ୍ୱ ଦିବସ ରୂପେ ପାଳନ କରିବାରେ ଆଉ କିଛି କାରଣ ଅଛି । ୧୯୫୯ରେ ଏହି ଦିବସରେ ମିଳିତ ଜାତି ସଂଘର ସାଧାରଣ ସଭା ଶିଶୁ ମାନଙ୍କ ଅଧିକାର ସମ୍ବନ୍ଧୀୟ ଘୋଷଣା ନାମା ପ୍ରକାଶ କଲା ଏବଂ ଏହା ୨୦ ନଭେମ୍ବର ୧୯୮୯ରେ ଆନ୍ତର୍ଜାତିକ ନିୟମନାମାରେ ପରିଣତ ହେଲା ।
ବିଶ୍ୱ ଶିଶୁ ଦିବସର ଉଦ୍ଦେଶ୍ୟ ନୁହେଁ ଯେ କେବଳ ଶିଶୁମାନେ ଆମୋଦ ପ୍ରମୋଦରେ କଟାନ୍ତୁ । ଏହାର ଅର୍ନ୍ତନିହିତ ଉଦ୍ଦେଶ୍ୟ ହେଉଛି ସେମାନେ ମଣିଷ ପରି ବଂଚନ୍ତୁ; ପଢ଼ନ୍ତୁ ବଢ଼ନ୍ତୁ, ନିରୋଗ ରୁହନ୍ତୁ । ସେଥିପାଇଁ ତାଙ୍କୁ ଟିକା ଦିଆଯାଉ; ପୁଷ୍ଟିହୀନତା ଦୂର ପାଇଁ ଖାଦ୍ୟ ଯୋଗାଯାଉ, ଏବଂ ମାରାତ୍ମକ ରୋଗ ଏଡସ୍/ ଏଚ.ଆଇ.ଭି ର କିପରି ସଂକ୍ରମଣ ନହେବ ତାହାର ସ୍ୱାସ୍ଥ୍ୟଗତ ବ୍ୟବସ୍ଥା କରାଯାଉ; ସେମାନଙ୍କୁ କେହି କୌଣସି ପ୍ରକାରେ ଶୋଷଣ ନକରନ୍ତୁ । ଦୁଃଖ ଯେ ଏବେ ବି ବିଶ୍ୱସ୍ତରରେ ୧୫୩ନିୟୁତ ୫ରୁ ୧୪ ବର୍ଷ ଶିଶୁ ଶିଶୁଶ୍ରମିକ ଭାବରେ କାମ କରନ୍ତି । କେହି କେହି ଯୁଦ୍ଧ ବେଳେ ବୟସ ନହୋଇ ନିୟୋଜିତ ରୁହନ୍ତି । ମୋଟ ଉପରେ ସେମାନଙ୍କୁ ଶାରୀରିକ , ମାନସିକ ବା ମନସ୍ତତ୍ତ୍ୱିକ ସ୍ତରରେ ଶୋଷଣ କରାନଯାଉ । ଏସବୁ ନେଇ ଜାତିସଂଘର ଇନସି‘ (ଟଘଉଋୠ) ଓ ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା (ଡଐଙ) ଇତ୍ୟାଦି କାମ କରୁଛନ୍ତି । ସେ ମିତି ସେମାନଙ୍କୁ ଦାସତ୍ୱ , ବେଶ୍ୟାବୃତ୍ତି, ଅଥବା କାମ ପ୍ରକ୍ରିୟାରେ ନିୟୋଜନ ନକରିବା ପାଇଁ ୧୯୯୯ରେ ନିୟମମାନ ପ୍ରଣୟନ କରାଯାଇଛି । ମିଳିତ ଜାତିସଂଘର ୨୦୦୨ ରାଜିନାମାନୁସାରେ ପ୍ରତି ପିଲା ୨୦୧୫ ମଧ୍ୟରେ ବିଦ୍ୟାଳୟରେ ପାଠ ପଢୁଥାଉ । ଜାତି-ଧର୍ମ-ଗୋଷ୍ଠୀ- ସାମର୍ଥ୍ୟ- ବିକଳାଂଗ . . . .ସବୁରି ଉର୍ଦ୍ଧ୍ୱରେ ସମସ୍ତ ଶିଶୁ ମାନବିକ ତଥା ଶିଶୁ ଅଧିକାରରୁ କେହି ବଂଚିତ ନ ହୁଅନ୍ତୁ ।
ଆଜିର ବିଶ୍ୱ ଶିଶୁ କାଲିର ବିଶ୍ୱର କର୍ଣ୍ଣଧାର । କୌଣସି ଶିଶୁକୁ ଅପନ୍ତତରାର ‘ୁଲ ନଭାବି , ତାକୁ ଉଦ୍ୟାନର ‘ୁଲ କରନ୍ତୁ । ମାଳିଟିଏ ପରି ତାର ଯତ୍ନ ନିଅନ୍ତୁ । ଉଦ୍ୟାନ ହସୁ । ଶିଶୁର ହସରେ ଏ ବିଶ୍ୱ ହସୁ ଏହାହିଁ ଆଜିର ଅନୁଚିନ୍ତା ।
ଅକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


