ପଦ୍ମ ଧରିବେ ସନ୍ନି

୨୦୧୯ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରାୟ ସମସ୍ତ ଆସନ ନିମନ୍ତେ ପାର୍ଥୀ ପତ୍ର ଘୋଷଣା କରିସାରିଲେଣି । ଦଳୟ ଟିକେଟ ନପାଇ ହେଭିବେଟ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଚଳିତ ବର୍ଷ ବିଭିନ୍ନ ସିନେ ତାରକାମାନେ ମଧ୍ୟ ରାଜନୈତିକ ଦଳରେ ସାମିଲ ହେବା ସହ ନିର୍ବାଚନ ଲଢିବାପାଇଁ ଟିକେଟ ପାଇବାର ଆଶା ରଖିଛନ୍ତି । ଏହିକ୍ରମରେ ଗତକାଲି ଜୟାପ୍ରଦା ବିଜେପିରେ ସାମିଲ ହେବା ସହ ରାମପୁରରୁ ପାର୍ଥୀ ହୋଇଛନ୍ତି । ସେହିପରି
ଲୋକସଭା ନିର୍ବାଚନ ପାଇଁ ବଲିଉଡ଼ ତାରକା ସନ୍ନିଦେଓଲଙ୍କୁ ନାଁ ସାମନାକୁ ଆସିଛି । ସେ ଖୁବଶ୍ରୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ବିଜେପି ପକ୍ଷରୁ ଗୁରଦାପୁର ପାଇଁ ଟିକେଟ ଦିଆଯିବ । କିନ୍ତୁ ସନ୍ନି ବିଜେପିରେ ଯୋଗ ଦେବେ କି ନାହିଁ ଓ କେବେ ଯୋଗ ଦେବେ ସେନେଇ କୈାଣସି ସୂଚନା ମିଳିନାହିଁ ।
ବିଜେପିର ପ୍ରାର୍ଥୀ ତଥା ଅଭିନେତା ବିନୋଦ ଖାନ୍ନା ଗୁରଦାପୁରରେ ଚାରି ଥର ସାଂସଦ ହୋଇସାରିଛନ୍ତି । ୨୦୧୭ରେ ବିନୋଦଙ୍କ ମୃତ୍ୟୁ ପରେ ଏହି ସିଟ କଂଗ୍ରେସ ଆୟତରେ ରହିଛି । ଉପନିର୍ବାଚନରେ ସେହି ସିଟ କଂଗ୍ରେସର ସୁନିଲ ଜାଖରଙ୍କୁ ମିଳିଛି । ରାଜନୀତି ସହ ସନ୍ନିଙ୍କ ପିତା ଧର୍ମେନ୍ଦ୍ର ଓ ସାବତ ମାଁ ହେମାମାଳିନୀଙ୍କ ଅଭିଜ୍ଞତା ରହିଛି । ସନ୍ନି ମଧ୍ୟ ୨୦୦୪ରେ ରାଜସ୍ଥାନର ବିକାନେରରେ ନିର୍ବାଚନ ଲଢି ଜିତିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ