ପୁଅର ଛୁରା ମାଡ଼ରେ ବାପା ଗୁରୁତର, ଅଭିଯୁକ୍ତ ପୁଅ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଯେଉଁ ବାପା ଦିନେ ପୁଅ କୁ ହାତ ଧରି ଚାଲିବା ଶିଖାଇଥିଲା ଆଉ ବଡ ହେଲେ ତାରବୁଢା ବୟସରେ ସାହାରା ପାଲଟିବ ବୋଲି ଭାବିଥିଲା ହେଲେ ସେ ଯେ ଦିନେ ବଡ ହୋଇ ଛୁରା ମାରିବସେ କଥା କେହି ମଧ୍ୟ ଭାବି ନଥିବେ l ହେଲେ ଏଭଳି ଏକ ଅଭାବନୀୟ ଘଟଣା, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଲାପଡା ପଞ୍ଚାୟତ ଗେରୁପଡା ଗାଁରେ ଦେଖିବାକୁ ମିଳିଛି l ଜଣେ ପୁଅ ତାର ନିଜ ବାପାକୁ ଛୁରା ମାଡ କରିବାରୁ ବପା ଏବେ ଗୁରୁତର ଆହତହୋଇ ମେଡିକାଲ ରେ ଭର୍ତି ହୋଇଛନ୍ତି l ଏହି ଘଟଣା ଏବେ ଫିରିଙ୍ଗିଆ ଅଂଚଳରେ ଆଲୋଡନ ସୃଷ୍ଟି କରିଛି l ପାରିବାରିକ କଳ ହକୁ କେନ୍ଦ୍ର କରି ପୁଅ ବାପାକୁ ଛୁରା ମାଡ କେରିଥିବା ବେଳେ ଅଭିଯୁକ୍ତ ପୁଅ କୁ ଫିରିଙ୍ଗିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ପୋଲିସ ର ସୂଚନା ଅନୁସାରେ ମଙ୍ଗଳବାର ଦିନ ଅଭିଯୁକ୍ତ ପୁଅ ହେମନ୍ତ ପ୍ରଧାନ ଙ୍କ ସହ ତାର ବାପା ପ୍ରଫୁଲ୍ଲ ପ୍ରଧାନ ଙ୍କ ସହ ପାରିବାରିକ କଳହ କୁ ନେଇ ସାମାନ୍ୟ ବଚସା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପୁଅ ହେମନ୍ତ ଏକ ଧାରୁଆ ଅସ୍ତ୍ର ରେ ନିଜ ବାପାକୁ ଆକ୍ରମଣ କରିଥିଲା l ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବାପା ପ୍ରଫୁଲ୍ଲ କୁ ପାଖ ପଡୋଶୀଙ୍କ ଖବର ପାଇ ଫିରିଙ୍ଗିଆ ପୋଲିସ କୁ ଖବର ଦେଇଥିଲେ l ଏସଆଇ ପ୍ରଦୀପ କୁମାର ରାଉଳ ତାଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତିକରାଯାଇଥିଲା l ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ପ୍ରଫୁଲ୍ଲ ଙ୍କ ବେକରେ ଓ଼ ପେଟରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି l ଅନ୍ୟ ପଟେ ଅଭିଯୁକ୍ତ ପୁଅ ହେମନ୍ତ କୁ ପୋଲିସ ଗିରଫ କରିବା ସହ କେଶ ନଂ.୧୫୪/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ