ବାଚସ୍ପତିଙ୍କ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଆଜିଠାରୁ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ର୍ଯାଇ ନିଜ ନିର୍ବାଚନ ମଣ୍ଡଳୀର ବଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ଅପରାହ୍ନ ୦୫.୦୦ ଟାରୁ ଭୁବନେଶ୍ୱରରୁ ବାହାରି ବ୍ରହ୍ମପୁର ଅଭିମୁଖେ ର୍ଯାତ୍ରା କରିଛନ୍ତି ଏବଂ ସେ ଆଜି ବ୍ରହ୍ମପୁର ସ୍ଥିତ ସର୍କଟ ହାଉସରେ ଅବସ୍ଥାନ କରିବେ । ସେ ନଭେମ୍ବର ୨୬ ତାରିଖ ଦିନ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବେନ୍ଦାଳିଆ, ଲାଠି, ସୁକୁଣ୍ଡା, ଚଢିଆମରା, ନୂଆ ବାଇଗଣବାଡି,  ନଭେମ୍ବର ୨୭ ତାରିଖ ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୋଟିନଡା, ପାଣ୍ଡିଆଝୋଳି, ଡଙ୍କାରି, ବି ତୁରୁବୁଡି, ଛତ୍ରମନ୍ଦିର, ତେନ୍ତୁଆପଡି, ଜକର, ମାଣିକପୁରୁ ଏବଂ ନଭେମ୍ବର ୨୮ ତାରିଖ ଦିନ କୁକୁଡାଖଣ୍ଡିବ୍କଲ ର ମଦନମୋହନପୁର, ଜି.ମନୋହର, କୁସୁମି, ବାଘଲଟି, କଙ୍କିଆ, ପୁରୁଣାପାଟଣା, ବଣିଆମାରି, ମିତ୍ରପୁର ଓ ସାରକୋଟ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୮ ତାରିଖ ଅପରାହ୍ନ ୦୫.୦୦ ସମୟରେ ସେ ଭୁବନେଶ୍ୱର ଫେରି ଆସିବା କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି । ନଭେମ୍ବର ୨୯ ତାରିଖ ଦିନ ବିଧାନସଭା ଅଧିନବୋଶନ ଆରମ୍ଭ ଅବ୍ୟବହିତ ପୂର୍ବରୁ ବିଧାନସଭା ସଚ୍ଚିବାଳୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।

                                   

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ