ଆଦର୍ଶ ଶିକ୍ଷକ ଦୁର୍ଯ୍ୟୋଧନ ଦାସଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ କିଆରବାଙ୍କ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ଦାସଙ୍କର ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ମହାକାଳପଡା ବିକାଶ ମଞ୍ଚର ସଭାପତି ତଥା ପରିବେଶବୀତ କାଶୀନାଥ ରାଉତରାୟ, ଧନେଶ୍ୱର ସେଠୀ, ବିଚିତ୍ର କୁମାର ବାରିକ, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା ପ୍ରମୁଖ ସ୍ୱର୍ଗତ ଦାସଙ୍କ କିଆରବାଙ୍କସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶିକ୍ଷକ ସ୍ୱର୍ଗତ ଦାସଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ, ଉପଦେଷ୍ଟା ତ୍ରୈଲୋକ୍ୟ ସ୍ୱାଇଁ, ତପନ କୁମାର ସିଂ, ସଭାପତି ପ୍ରମୋଦ କୁମାର ବେହେରା, ଉପସଭାପତି ଅଶୋକ କୁମାର ପରିଡା, ମହାକାଳପଡା ବ୍ଲକ ଓଷ୍ଟା ସଭାପତି ବୃନ୍ଦାବନ ସ୍ୱାଇଁ, ସମ୍ପାଦକ ଅଶୋକ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ