ଟିପିସିଓଡିଏଲ ପକ୍ଷରୁ ବିଦ୍ୟୁତ୍ ଚୋରି ଧଡପଗଡ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟିପିସିଓଡିଏଲ ପ୍ରବର୍ତ୍ତନ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସହର ଏବଂ ଆଖପାଖ ଅଞ୍ଚଳରେ ବିଦ୍ୟୁତ ଚୋରି ଧଡପଗଡ କରାଯାଇଛି । ଏଥିରେ କେନ୍ଦ୍ରାପଡା ଡିଭିଜନର ୨୯ଟି ସ୍କ୍ୱାର୍ଡ ଅଂଶ ଗ୍ରହଣ କରିଥିଲେ । ଏହି ଧଡପଗଡରେ ୫୪୫ଟି ଗୃହ ଏବଂ ଅନୁଷ୍ଠାନ ଉପରେ ଅଚାନକ ଚଢାଉ କରାଯାଇ ୧୨୬ ଓ ୧୩୫ ଧାରାରେ ୧୧୩ଟି ମାମଲା ରୁଜୁ୍ କରାଯାଇଛି । ସେଥିମଧ୍ୟରୁ ୧୧୩ଟି ଘରେ ୩୦୫ କିଲୋ ୱାଟ୍ ବିଦ୍ୟୁତ ଚୋରି ଧରାଯାଇଥିବା ବେଳେ ବେଆଇନ ଭାବେ ବ୍ୟବହୃତ ହେଉଥିବା ୧୦ଟି ବିଦ୍ୟୁତ ସଂଯୋଗକୁ ତତ୍‌କ୍ଷଣାତ୍ ବିଛିନ୍ନ କରାଯାଇଛି । ଏହି ଧଡପଗଡ କେନ୍ଦ୍ରାପଡା ଟିପିସିଓଡିଏଲ ଡିଭିଜନର ସହକାରୀ ସାଧାରଣ ପରିଚାଳକ ପ୍ରଦିପ୍ତ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏହି ମିଶନ ମାଧ୍ୟମରେ ଟିପିସିଓଡିଏଲର ସମସ୍ତ ଗ୍ରାହକମାନଙ୍କୁ ସାଧୁତାର ସହ ବିଦ୍ୟୁତ ବ୍ୟବହାର କରିବାକୁ କେନ୍ଦ୍ରାପଡା ଡିଭିଜନ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ