ବିଜୁ ଯୁବ ବହିନୀ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ମହାନଗର ନିଗମର ୩୭ନଂ ୱାର୍ଡସ୍ଥିତ ଶକଳେଶ୍ୱର ପାଠାଗାର ଠାରେ ବିଜୁ ଯୁବ ବାହିନୀ ପକ୍ଷରୁ ସଡକ ସୁରକ୍ଷା ଶୀର୍ଷକ ରକ୍ଷକ ଅନୁଷ୍ଠିତ ହୋଇଯାଇଛି । ଯୁବ ବାହିନୀ ସଭାପତି ରାଜକୁମାର ନାୟକଙ୍କ ତେୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୂର୍ବତନ ଡେପୁଟି ମେୟର ଶ୍ରୀମତୀ ଜ୍ୟୋସ୍ନା ରାଣୀ ନାୟକ ଉଦଘାଟନ କରିଥିଲେ । ଏହି ଅବସରରେ ଯୁବ ବାହିନୀର ସଦସ୍ୟମାନେ ସାହି ସାହି ବୁଲି ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବା ସହିତ ମଟର ଯାନର ପ୍ରଦୂଷଣ ଯାଞ୍ଚ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ ମଧୁସୁଦନ ପାଢୀ ଙ୍କ ସମେତ ଯୁବ ବାହିନୀର ଅନେକ ସଦସ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ