୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ କଳସଯାତ୍ରା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ନିଳାଦ୍ରୀ ବିହାର ସ୍ଥିତ ଗାୟତ୍ରୀ ଶକ୍ତି ପିଠା ଅନୁକୁଲ୍ୟରେ ହେବାକୁ ଥିବା ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ କଳସଯାତ୍ରା ଶନିବାର ଦିନ ସକାଳ ୯ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ଶତାଧିକ ମହିଳା ମାନେ ନୀଳାଦ୍ରି ବିହାର ସ୍ତିତ ଶକ୍ତି ପିଠା ଠାରେ ଏକତ୍ରୀତହୋଇ କାଲଶ ଯାତ୍ରା ପାଇଁ ଶୋଭା ଯାତ୍ରାରେ ରାମଲିଙ୍ଗମ ପୋଖରୀକୁ ଯାଇ ଥିଲେ, ସେଠାରେ ରୀତି ନୀତି ଅନୁଯାଇ ପୂଜା ଅର୍ଚନା କରିବା ପରେ କଳସରେ ଜଳ ଧାରଣ କରି ଯଜ୍ଞ ସ୍ଥଳ ଅଭିମୁଖେ ଆସିଥିଲେ, ରାମଲିଙ୍ଗମ ପୋଖରୀ ଠାରୁ ଗିରିଜା ଛକ୍, ଅନୁପୂର୍ଣ୍ଣ। ବଜାର ହୋଇ ତୁଳସି ନଗର ୭ମ ଲାଇନେ ଠାରେ ହେବାକୁ ଥିବା ଯଜ୍ଞସ୍ଥଳ ଠାରେ ପହଂଚି ଥିଲେ, ସେଥରେ ରୀତି ନୀତି ଅନୁଯାଇ ପୂଜା ଅର୍ଚନା ହେବ ପରେ କଳସ ସ୍ଥାପନ କରାଯାଇଥିଲା, ଏହାପରେ ସେଠାରେ ହରିଦ୍ୱାରରୁ ଆସିଥିବା ପ୍ରବଚକ ମାନେ ପ୍ରବଚନ ଦେଇଥିଲେ, ଆସନ୍ତା ରବି ବାର ଠାରୁ ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଆରମ୍ଭ ହେବ, ୧୦, ୧୧ ଓ ୧୨ ତିନି ଦିନ ଧରି ଏହି ଯଜ୍ଞ ହେବ କାର୍ଜ୍ୟ ସ୍ଥିର ହୋଇଛି, ଅହିକାର୍ଜ୍ୟକ୍ରମରେ ଅଖିଳ ଭାରତ ଗାୟତ୍ରୀ ପରିବାର ହରିଦ୍ୱାରରୁ ଆସିଥିବା ଶ୍ରୀ ସୁଧାରାମ ମାର୍କନ, ଶ୍ରୀ ଚୁନୁରାମ ସେନ ଶ୍ରୀ ଶଶିଦେବ ବାଧା ଯୋଗଦେଇଥିବା ବେଳେ ବ୍ରହ୍ମପୁର ଶକ୍ତି ପୀଠର ମୁଖ୍ୟ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଦାସ କାର୍ଜ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଦାର ପାତ୍ର, ଶମ୍ଭୁନାଥ ଗୁପ୍ତ।,ସୁଧୀର ସାବତ, ଜଗତବନ୍ଧୁ ପଣ୍ଡା, ପୂର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଆର୍ ମୁରଳି ମୋହନ, ଭିଷ୍ମଚାର୍ଯ୍ୟ ଚୈାଧୁରୀ, ଜୟ କିଶୋର ପଣ୍ଡା, ପ୍ରତିମା ମିଶ୍ର, ନାଗେଶ୍ଵର ପାତ୍ର, ସିବରାମ ସ୍ୱାଇଁ , ସବିତା ସାହୁକାର, ସୁଜାତା ପଟ୍ଟନାୟକ, ସୁରେଶ ତ୍ରିପାଠୀ, ସୁରେନ୍ଦ୍ର ନାଥ ଦାସ, ପ୍ରଫୁଲ୍ଲ ମିଶ୍ର, ରଘୁନାଥ ସାବତ, ସୁଶିଲ ପଟନ।ଏକ, ଟୁଟୁଙ୍କ ସମେତ ବହୁ ଗାୟତ୍ରୀ ପରିବାର ସହ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ପ୍ରତ୍ୟହ ପ୍ରାତଃରେ ପ୍ରଭାତଫେରି, ଯୋଗାସନ, ପ୍ରାଣାୟାମ, ଗାୟତ୍ରୀ ମନ୍ତ୍ର ଜପ, ହୋମ ଯଜ୍ଞ, ପ୍ରବଚନ,ପ୍ରଜ୍ଞା ପୁରାଣ ସମେତ ପ୍ରସାଦ ସେବନ ଵେବସ୍ତ। କରାଯାଇଥିବା ଆୟୋଜକ ପ୍ରଫୁଲ୍ଲ ଦାସ ସୂଚନା ଦେଇଛନ୍ତି ।


