କାନରୁ ବାହାରିଲା ୧୦ଟି ଜିଅନ୍ତା ଅସରପା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ କାନରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ଡାକ୍ତର ଉକ୍ତ ବ୍ୟକ୍ତିଙ୍କ କାନ ପରୀକ୍ଷା କରିିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚୀନରେ ଘଟିଥିବା ଏହି ଘଟଣାଟି ହେଉଛି ଏପରି, ଡାକ୍ତର ୨୪ବର୍ଷୀୟ ଲିଭ ନାମକ ଜଣେ ବ୍ୟକ୍ତିଙ୍କ କାନର ଏକ୍ସ-ରେ କରିବା ପରେ ସେଥିରେ ଗୋଟିଏ କି ଦୁଇଟି ନୁହେଁ ୧୦ଟି ଜୀବନ୍ତ ଅସରପା ଥିବା ଦେଖିବାକୁ ପାଇଥିଲେ । ଡାକ୍ତର ଏହା ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଯେ, ଏହି ଅସରପା କାନ ଭିତରେ କେମିତି ପ୍ରବେଶ କରିପାରିଲା ।
କାନରେ ଯନ୍ତ୍ରଣା ହେବାରୁ ଲିଭ୍‌ଙ୍କ ପରିବାର ସଦସ୍ୟ କାନ ଭିତରକୁ ଟର୍ଚ୍ଚ ମାରିଲା ବେଳକୁ କ’ଣ ଗୋଟେ ହଲଚଲ ହେଉଥିବା ଦେଖିବାକୁ ପାଇଥିଲେ । ଏହା ପରେ ଡାକ୍ତରଙ୍କ ପାଖକୁ ଲିଭ୍ ନିଜର ଏହି ଅସୁବିଧା ନେଇଆସିଥିଲେ । ଡାକ୍ତର ଏକ୍ସ-ରେ କରିବା ପରେ କାନ ଭିତରେ ୧୦ଟି ଛୋଟ ଛୋଟ ଅସରପା ଏଣେତେଣେ ଯାଉଥିବା ଦେଖିବାକୁ ପାଇଥିଲେ । ଏହା ପରେ ଅସ୍ତ୍ରୋପଚାର କରି ଏହି ଅସରପାଗୁଡ଼ିକୁ ବାହାର କରିଥିଲେ । ଅସ୍ତ୍ରୋପଚାର ପରେ ଲିଭ୍‌ଙ୍କୁ କିଛି ଔଷଧ ଦିଆଯାଇ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା । ତେବେ ପରିବାର ଲୋକଙ୍କ କହିବାନୁସାରେ ଲିଭ୍ ସବୁବେଳେ ବିଛଣାରେ ଖାଇଥାଏ ଓ ଖାଇବା ବିଛଣାରେ ପକାଇ ଶୋଇ ପଡ଼ିଥାଏ । ସକାଳେ ଉଠିଲା ବେଳକୁ ଅସରପା ସେହି ଖାଦ୍ୟ ଚାରିପଟେ ବୁଲୁଥିବା ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ ଡାକ୍ତର ଲିଭ୍‌ଙ୍କ କାନ ଭିତରେ ଯଦିବା ଅସରପା ପଶିଲା କେମିତି ଜୀବତ ରହିଥିଲା ତାହା ଭାବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ