ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଞ୍ଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ ଇନ୍ଦୁପୁର ହାଇସ୍କୁଲର ୧୯୮୩ ବ୍ୟାଚ୍‌ର ସହପାଠୀଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଚାରିଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସମ୍ପାଦକ ଶିକ୍ଷାବୀତ ପ୍ରଣବ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବପ୍ରସାଦ ଭଳ, ମହାକାଳପଡା ବିକାଶ ମଞ୍ଚ ସଭାପତି ଓ ପରିବେଶବିତ୍ କାଶୀନାଥ ରାଉତରାୟ, ଶିକ୍ଷାବୀତ୍ ଅଦ୍ୱୈତ ବଲ୍ଲଭ ଜେନା, ପର୍ଶୁରାମ ସ୍ୱାଇଁ, ନୀଳମାଧବ ପତି, ଧ୍ରୁବଚରଣ ପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବୃନ୍ଦାବନ ଜଣେ ସାଧାରଣ ମଣିଷ ନଥିଲେ ସେ ଚାରିଗାଁ ଗ୍ରାମ ପଞ୍ଚାୟତ ଲୋକମାନଙ୍କର ସେବକ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ । ନିକିରାଇ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ସରୋଜକାନ୍ତ ପଣ୍ଡା, ବାସୁଦେବ ଜେନା, ଧୂମାତ ସରପଞ୍ଚ ନରହରି ପାଣି, ଇନ୍ଦୁପୁର ସମିତି ସଭ୍ୟ ସନ୍ତୋଷ କୁମାର ବେହେରା, କିଷାନ କଂଗ୍ରେସ ଜିଲ୍ଲା ସଭାପତି ନାରାୟଣ ଚନ୍ଦ୍ର ପରିଡା, ମୁରଲୀଧର ବିଶ୍ୱାଳ, ଅଭିମନ୍ୟୁ ରାଉତ, ବେଣୁଧର ନାୟକ, ଦୁଷ୍ମନ୍ତ ମଲିକ, ଅନାଦି ଚରଣ ଦାସ, ଘାଗରା ପ୍ରାକ୍ତନ ସରପଞ୍ଚ ସରୋଜକାନ୍ତ ଜେନା, ବିଜନ ମଲିକ, ଇନ୍ଦୁପୁର ହାଇସ୍କୁଲ ୧୯୮୩ ବ୍ୟାଚର ସହପାଠୀ ପ୍ରଭାତ କୁମାର ମହାରଣା, ପ୍ରମୋଦ କୁମାର ପତି, ଶଶିଭୂଷଣ ପଣ୍ଡା, ଶ୍ରୀକାନ୍ତ ଜେନା, ପ୍ରଦୀପ ସାହୁ, ଅଧ୍ୟାପକ ପ୍ରଦୀପ୍ତ ରାଉତ, ବିଜୟ ସାହାଣୀ, ରାମନାରାୟଣ ସିଂ, ଜ୍ଞାନେନ୍ଦ୍ର ବାରିକ, ସେକ ମଇବୁର ରବ୍‌, ହିମାଂଶୁ ଭୂଷଣ ବେହୁରା, ପ୍ରତାପ ଜେନା, ନିଳମଣୀ ସ୍ୱାଇଁ, ବିବେକ ନାୟକ, ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସହପାଠୀ ଦିଲ୍ଲୀପ କୁମାର ଥାଟୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୌରାଙ୍ଗ ସାହୁ, ପ୍ରକାସ ଜେନା, ଦିଲ୍ଲୀପ ପରିଡା, କେଦାରଗୌରୀ ଜେନା, ମୃତ୍ୟୁଞ୍ଜୟ ପରିଡା, ସୁଶାନ୍ତ ସେଠୀ, ଗଙ୍ଗାଧର ପୃଷ୍ଟି, ନାରାୟଣ ମଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଗୀତିକାର କମ୍ଭୁନାଥ ପରିଡା ଓ ତାଙ୍କର ସହଯୋଗୀମାନେ ସ୍ୱର୍ଗତ ବୃନ୍ଦାବନଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଂଗୀତ ଗାନ କରି ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲେ । ଏହି ଅବସରରେ ସହପାଠୀମାନେ ସ୍ୱର୍ଗତ ଦାସଙ୍କ ପତ୍ନୀଙ୍କୁ ତାଙ୍କ ପିଲାମାନଙ୍କ ପାଠପଢା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ