ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବାର୍ଷିକ ସାଧାରଣ ସଭା ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ବାର୍ଷିକ ସାଧାରଣ ସଭା ଓ ସମ୍ମିଳନୀ ଆୟୋଜନ ସମ୍ପର୍କିତ ବୈଠକ ସହରର ମଠସାହି ଶାଖା କମିଟି ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର କୁମାର ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ । ମଠସାହି ଶାଖା କମିଟିର ସମ୍ପାଦକ ରମାକାନ୍ତ ମହାନ୍ତି ସ୍ୱାଗତ କଥା ରଖିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ବାଲେଶ୍ୱର ମେଡିକାଲ କଲେଜ ହସପିଟାଲରେ ହୃଦରୋଗ ଓ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପ୍ରସ୍ତାବରେ ଏହି ବୈଠକରେ ଆଲୋଚନା କରିଥିଲେ । ରଘୁନାଥ ଲେଙ୍କା, ଶୋଭନା ମିଶ୍ର, ଲମ୍ବୋଦର ନାୟକ, ପଦ୍ମଲୋଚନ ଦତ୍ତ ଓ ଦୀନବନ୍ଧୁ ଲେଙ୍କାଙ୍କ ସମେତ ଜିଲା କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଜନସଂପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ପ୍ରଫୁଲ ଦାସ, ଉପଦେଷ୍ଟା ପ୍ରଫେସର ଅନନ୍ତ ପ୍ରଧାନ ଏଥିରେ ଯୋଗଦେଇ ଆସନ୍ତା ବାର୍ଷିକ ଅଧିବେଶନ ଆୟୋଜନ ଓ ଜିଲାର ବିପର୍ଯ୍ୟସ୍ତ ସ୍ଥ୍ରସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଥିଲେ ।ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ବାର୍ଷିକ ସମ୍ମିଳନୀ ପୂର୍ବରୁ କ୍ରିୟାନୁଷ୍ଠାନ କମିଟିର ସଭ୍ୟସଂଖ୍ୟା ବୃଦ୍ଧି ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତିି ନିଆଯାଇଥିଲା । ବେଣୁଧର ପାଳ, କିଶୋର ଦେବଗୋସ୍ୱାମୀ, ନିକୁଞ୍ଜ ଭୂୟାଁ, ପ୍ରଫୁଲ ଜେନା, ନିବାରଣ କର, କମଳାକାନ୍ତ ନାୟକ ଓ ରମାକାନ୍ତ ମହାନ୍ତି ପ୍ରମୁଖ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ଅନସୂୟା ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ