ଦାରିଙ୍ଗବାଡି ସେବାଶ୍ରମ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇ ମାସର ଗର୍ଭବତୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ଏକ ସେବାଶ୍ରମ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇ ମାସର ଗର୍ଭବତୀ । ସେବାଶ୍ରମ ସ୍କୁଲରେ ରୁଟିନ୍‌ ଚେକ୍‌ଅପ୍‌ ସମୟରେ ଜଣାପଡ଼ିବା ପରେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଛାତ୍ରୀଙ୍କ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି । ଉଭୟ ସମ୍ପର୍କରେ ସମ୍ପର୍କୀୟ ଭାଇ ଓ ଭଉଣୀ ବୋଲି ଜଣାପଡ଼ିଛି । ମହାମାରୀ କରୋନା ପାଇଁ ବହୁ ଦିନ ଧରି ବନ୍ଦ ରହିଥିଲା ସେବାଶ୍ରମ । କରୋନାର କୋପ ସାମାନ୍ୟ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଖୋଲିଛି ସେବାଶ୍ରମ । ସେଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ରହୁଛନ୍ତି । ଗତ ୩୦ ତାରିଖରେ ଛାତ୍ରୀଙ୍କ ରୁଟିନ୍‌ ଚେକଅପ୍‌ ଚାଲିଥିଲା । ଠିକ୍‌ ସେତିକି ବେଳେ ଜଣେ ଛାତ୍ରୀ ଦୁଇ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହା ପରେ ସେବାଶ୍ରମ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ନାବାଳିକାଙ୍କ ଡାକ୍ତରୀମାଇନା କରିଛି । ନାବାଳିକାକୁ ପଚରାଉଚରା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଛି। ଅଭିଯୋଗରୁ ପ୍ରକାଶ, କରୋନା ପାଇଁ ବନ୍ଦ ଥିଲା ସେବାଶ୍ରମ। ସେହି ସମୟରେ ଘରେ ଥିଲେ ପୀଡିତା ଛାତ୍ରୀ । ସେତିକି ବେଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ସମ୍ପର୍କୀୟ ଭାଇ ଶାରୀରିକ ସମ୍ପର୍କ ରଖିଥିଲେ । ଯାହା ଫଳରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ମାତ୍ର ଏ ସମ୍ପର୍କରେ ପରିବାର ଲୋକେ ଜାଣିନାହାନ୍ତି । ଶେଷରେ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଘଟଣାକୁ ସ୍ୱୀକାର କରିଛି ପୁଲିସ୍‌ ପଞ୍ଝାରେ ଥିବା ଅଭିଯୁକ୍ତ ଯୁବକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ