ରାଜସ୍ୱ ସବ୍ ଡିଭିଜନ ମାନ୍ୟତା ଦାବୀ ରେ ଏମ୍ ରାମପୁର ବନ୍ଦ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକ କୁ ରାଜସ୍ବ ସବ୍ ଡିଭିଜନ ମାନ୍ୟତା ଦାବୀ ରେ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏମ୍ ରାମପୁର ବନ୍ଦ ଡାକରା ଦିଆଯାଇଛି। ଫଳରେ ଏମ୍ ରାମପୁର ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।ତା ସହିତ କମିଟି ପକ୍ଷରୁ ପିକେଟିଂ କରାଯାଇ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ କୁ ବନ୍ଦ କରାଯାଇଛି।ଏମ୍ ରାମପୁର, ନର୍ଲା, କରଲାମୁଣ୍ଡା ଓ କେସିଙ୍ଗା ବ୍ଳକ ର ୯ଗୋଟି ପଞ୍ଚାୟତ କୁ ନେଇ ସବ୍ ଡିଭିଜନ ମାନ୍ୟତା ଦାବୀ କରାଯାଇଛି। ସରକାରୀ ନିୟମ ଦୃଷ୍ଟିରୁ ଏମ୍ ରାମପୁର ହେଉଛି ଉପଯୁକ୍ତ ସ୍ଥାନ।ଏଥି ସହିତ ଏମ୍ ରାମପୁର ରେ ଆନୁସଙ୍ଗିକ ଭିତ୍ତିଭୂମି ଓ ସମସ୍ତ ସରକାରୀ ମାର୍ଗଦର୍ଶିକା ପୂରଣ ହେଉଛି। ତେଣୁ ରାଜସ୍ବ ସବ୍ ଡିଭିଜନ ଦାବି ହେଉଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ବୋଲି ପ୍ରକାଶ କରିଛନ୍ତି।ଏହି ବନ୍ଦ ଡାକରା ରେ ମିଳିତ କ୍ରିୟାନୁଷ୍ଠାନ କମିଟି ର ସଭାପତି ଜୟ କୁମାର ସିଂହ ଦେଓ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହ ଦେଓ, ବରିଷ୍ଠ ଆଇନଜୀବି ତଥା କଂଗ୍ରେସ ନେତା ପ୍ରଭାକର ନାଗ, ବ୍ଲକ ଅଧ୍ୟକ୍ଷ ଜିବେଶ ପଣ୍ଡା, ଆଦିବାସୀ ମଞ୍ଚ ସଭାପତି ପ୍ରକାଶ ମାଝୀ, ବୁଦ୍ଧିଜୀବି ପଦ୍ମ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ. ସମସ୍ତ ରାଜନୈତିକ ଦଳ ର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ସାମିଲ ଥିଲେ l