କେଶରା ବିଦ୍ୟାଳୟ ର ଟଙ୍କା ହେରଫେର ଘଟଣା ତଦନ୍ତ କଲେ ବିଇଓ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ର କେଶରା ସରକାରୀ ଉଚ୍ଚ ବିଦ୍ୟାଳୟ ର ମଧ୍ୟାନ ଭଜନ ଟଙ୍କା ଓ ଉର୍ଣ୍ଣତି ମୂଳ କ ଟଙ୍କା ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକ ହେରଫେର କରିଥିବା ନେଇ ମୋହନା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଅଭିଯୋଗ ହେବା ସହ ଖବର ପ୍ରସାରଣ ହୋଇଥିଲା ଯାହାକୁ ନେଇ ଏକ ୪ଜଣିଆ ଟିମ ବୁଧୁବାର ଦିନ କେଶରା ବିଦ୍ୟାଳୟ କୁ ଗସ୍ତ କରି ଅଭିବାକ ମାନଙ୍କ ସହ ଆଲଚନା କରି କାଗଜ ପତ୍ର ଯାଞ୍ଚ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀ ବିଶ୍ୱନାଥ ଭୁଆଁ ଏବଂ ମଧ୍ୟାନ ଭଜନ ବୁଝୁଥିବା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର କୁନା ପାତ୍ର ସମେତ ସିଆରସିଉପସ୍ଥିତ ରେ ଯାଞ୍ଚ କରିବା ବେଳେ ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକ କୋଭିଡ ସମୟରେ ଆସିଥିବା ମଧ୍ୟାନ ଭଜନ ଟଙ୍କା ୪ଲକ୍ଷ ୫୩ ହଜାର ଟଙ୍କା ଉଠାଇ ନେଇଛନ୍ତି କିଛି ଛାତ୍ର ଛାତ୍ରୀ ଙ୍କୁ ବାଣ୍ଟି ବାକି ଟଙ୍କା ନିଜେ ନେଇଛନ୍ତି ସେଇ ପରି୧୮/୧୯,୨୦/୨୧ ର ଉର୍ଣ୍ଣତି ମୁଳକ କାମର ୨ଲକ୍ଷ ୧୩ ହଜାର ମଧ୍ୟ ଉଠେଇ ନେଇଛନ୍ତି ଯାହାକି ଜାଲ ଦସ୍ତ କରି ମୋଟ୭ଲକ୍ଷ୍ୟ ଟଙ୍କା ନିଜସ୍ୱ କରି ଲୁଟି ନେଇଥିବା ତଦନ୍ତ ରୁ ଜଣା ପଡ଼ିଛି ଏବଂ ତିନି ଦିନ ମଧ୍ୟରେ ପିଲା ଙ୍କ ମଧ୍ୟାନ ଭଜନ ଟଙ୍କା ଫେରାଇବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ପ୍ରତିଶୃତି ଦେଇଛନ୍ତି ବାକି ଯାହା ତଦନ୍ତ ରହିଛି ତିନି ଦିନ ମଧ୍ୟରେ ତଦନ୍ତ କରାଯିବ ବୋଲି ଶିକ୍ଷା ଅଧିକାରୀ ଶ୍ରୀ ଭୁଆଁ କହିଛନ୍ତି ଅନ୍ୟ ପଟେ ଅଭିବାକ ମହଲ ରୁ ଦାବି ରହିଛି ପ୍ରଧାନ ଶିକ୍ଷକ ରମାକାନ୍ତ ଙ୍କୁ କାର୍ଯ୍ୟରୁ ବୈଷକୃତ କରାଯାଉ ବୋଲି ଦାବି ହୋଇଛି I


