ସିଡିଏସ୍ ଜେନେରାଲ୍ ରାଓତ୍ ଙ୍କ ବିୟୋଗରେ ଶୋକ ସଭା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦେଶର ଅମର ଯୋଦ୍ଧା ତଥା ସିଡିଏସ୍ ଜେନେରାଲ୍ ବିପିନ୍ ରାଓତ୍ ଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି I ଶୋକ ସଭାରେ ବିଦ୍ୟାଳୟର ସମସ୍ତ ଏନସିସି କ୍ୟାଡେଟ୍ ଏବଂ ଏନସିସି ଶିକ୍ଷକ ସେକେଣ୍ଡ୍ ଅଫିସର୍ ଜୟରାମ ବିଶ୍ୱାଳ ଯୋଗ ଦେଇ ସ୍ଵର୍ଗତ ରାଓତ୍ ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ I


