ଗାଲେରୀ ମହାବିଦ୍ୟାଳୟରେ”ମୋ କଲେଜ ଅଭିଯାନ”

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଂଜନଗର ବ୍ଲକର ଗାଲେରୀ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟ ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା “ମୋ କଲେଜ ଅଭିଯାନ “ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୋ କଲେଜ ଅଭିଯାନର ଉପଦେଷ୍ଟା ରୂପେ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ମୁଖ୍ୟଅତିଥି ରୂପେ ରାଜ କୁମାର ସାହୁ (ବରିଷ୍ଠ ଶିକ୍ଷାବିତ ଓ ସମାଜ ସେବୀ ) ମୁଖ୍ୟବକ୍ତା ରୂପେ ସମାଜସେବୀ ସୂର୍ଯ୍ୟ ନାରାୟଣ ଶତପଥୀ, ସମ୍ମାନିତ ଅତିଥି ରୂପେ କରମଚାନ୍ଦ ତ୍ରିପାଠୀ, ଦିବ୍ୟଲୋଚନ ବିଶ୍ୱାଳ ଓ ସିତେଷ କୁମାର ଦାଶ ଓ ମୋ କଲେଜ ଅଭିଯାନ ର କାର୍ଯ୍ୟକାରୀ ସଭାପତି ଶିବାନନ୍ଦ ନାୟକ ଓ ସମ୍ପାଦକ ସୁରେଶ କୁମାର ସାହୁ ମଞ୍ଚମଣ୍ଡନ କରିଥିଲେ l ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଅଧକ୍ଷ ସୁଶାନ୍ତ କୁମାର ନାୟକ ଏଥିରେ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ମୋ କଲେଜ ଅଭିଯାନ ର ଲକ୍ଷ୍ୟ ଆଭିମୁଖ୍ୟ କିପରି ସାକାର ହବ, ଏହି କଲେଜ ର ଗୌରବ କିପରି ଚିରଜ୍ବଳ ହେବ ତାରି ସମ୍ପର୍କ ରେ ଅତିଥି ମାନେ ଆଲୋଚନପଯ୍ୟାଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଛାତ୍ର ରବୀନ୍ଦ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l ଅଧ୍ୟାପକ ଦୁର୍ଗାମାଧବ ଦାସ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଦିବ୍ୟାଲୋଚନ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ l ମୋ କଲେଜ ଅଭିଯାନର ଆହ୍ୱାନ କୁ ସଫଳ କରିବା ପାଇଁ ସଂକଳ୍ପ ତଥା ଶପଥ ଓ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ପରିସମାପ୍ତି ହୋଇଥିଲା l ଏଥିରେ କଲେଜ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ବିରୁପାକ୍ଷ, ବଙ୍ଗାଳୀ ତଥା ପୁରାତନ ଓ ବର୍ତ୍ତମାନ ଅଧୟନରତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ