ବିଧାୟକଙ୍କ ଦ୍ୱରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ 

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଡିସେମ୍ବର ୧୩ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ପୋଲସରା ବ୍ଲକର ହାତୀଓଟ, ଖଣ୍ଡୁରୁ, ବୁଢେଇଶୁଣୀ ଓ ବନ୍ଥପଲ୍ଲୀ ଚାରିଗୋଟି ଗ୍ରାମ ପଞ୍ଚାୟତରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପୋଲସରା ବ୍ଲକ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଚାରି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟସଭ୍ୟାଙ୍କ ସମେତ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରାୟ ୩୫୦୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କାରାଯାଇଛି । ପ୍ରତି ପଞ୍ଚାୟତର କର୍ମଚାରୀ ବୃନ୍ଦ ଏହି ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ