ଚିରିକିପଡା ଶାସନରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଚିରିକିପଡା ଶାସନ ଗ୍ରାମର ଓଁ ଚାରିଟେବୁଲ ଟ୍ରଷ୍ଟ ଓ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିର ଚିରିକିପଡା ଶାସନ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ମୋଟ ୧୩୦ ଜଣଙ୍କ ଚକ୍ଷୁ ପରିକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୨ ଜଣଙ୍କ ଅସ୍ତ୍ରୋପଚାର ଆବଶ୍ୟକ ଥିବା ଜଣା ପଡିଥିଲା । ଆଜି ୨୫ ଜଣ ଚକ୍ଷୁ ରୋଗୀ ଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ୧୪ ତାରିଖ ଦିନ ଆଉ ୧୫ ଜଣଙ୍କୁ ନିଆଯିବ ବୋଲି ଶିବିର ପକ୍ଷରୁ କୁହାଯାଇଛି । ସେହିପରି ଆଜିର ଶିବିରରେ ୭ ଜଣ ଚକ୍ଷୁ ରୋଗୀ ଙ୍କୁ ମାଗଣା ରେ ଚଷମା ପ୍ରଦାନ କରାଯାଇଛି । ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ନଳିନୀ କାନ୍ତ ରାଉତ, ସୁନିଲ, ପ୍ରିୟଦର୍ଶିନୀ, ନିତ୍ୟ କଲ୍ୟାଣୀ, ଶ୍ରୀମୁଖି, ସାଗର ମହାନ୍ତି ଏବଂ ଇପିଲି ସାକିଲି ପ୍ରଭୃତି ଚକ୍ଷୁ ପରିକ୍ଷା, ଚଷମା ଓ ଔଷଧ ବଣ୍ଟନ କରିଥିବା ବେଳେ ଓଁ ଚାରିଟେବୁଲ ଟ୍ରଷ୍ଟ ର ଚନ୍ଦ୍ରହାସ ସାହୁ, ଦେବେଶ କୁମାର ସାହୁ, ଶିଫାନି ସ୍ୱାଇଁ ଓ ସୁଦାମ ଜେନେ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ