ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତରଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ବିଭୁ ପ୍ରସାଦ ମିଶ୍ରଙ୍କର ଶୁକ୍ରବାର ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଡା. ମିଶ୍ରଙ୍କ ଘର ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପିକରାଳି ଗ୍ରାମରେ । ରାତିରେ ଅଚାନକ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ଅକାଳ ବିୟୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଏଡିଏମଓ ସଚିଦାନନ୍ଦ ମିଶ୍ର, ଡା. ମିର୍ଜାବାବର ବେଗ, ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ଡା. ଅଶୋକ ଚନ୍ଦ୍ର କର, ଡା. କିଶୋର ଆଚାର୍ଯ୍ୟ, ଡା. ବୈକୁଣ୍ଠ ପଣ୍ଡା, ଡା. ସଞ୍ଜୀବ ସେଠୀ, ଡା. ଅଶୋକ ନାୟକ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ