ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍ ଓ ବ୍ଲାକରକ ପକ୍ଷରୁ ଅନସ୍ଲୋ ହାଇସ୍କୁଲକୁ ରୋବଟିକ୍ କିଟ୍ ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ୍ ଓ ବ୍ଲାକରକ ପକ୍ଷରୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଅନସ୍ଲୋ ହାଇ୍ସ୍କୁଲକୁ ୩ ଟି ରୋବଟିକ କିଟ୍ ପ୍ରଦାନ କରଯାଇଛି । ଶନିବାର ଅନସ୍ଲୋ ହାଇସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆରଡିଏ ପିଡି ସିନେ୍ଧ ଦତ୍ତାତ୍ରେୟ ଭାଉସାହେବଙ୍କ ଉପସ୍ଥିତିରେ ଏହି ରୋବଟିକ୍ କିଟ୍ ପ୍ରଦାନ କରାଯାଇଥିଲା । ଏହି କିଟ୍ରେ ପାଇଥନ୍ ସଫ୍ଟୱେର ମାଧ୍ୟମରେ ପରିଚାଳିତ ହେଉଥିବା ୩ଟି ଚାଳକ ବିହୀନ କାର ରହିଛି । ଏହି କାରଟିକୁ ଛାତ୍ରଛାତ୍ରୀମାନେ ପାଇଥନ୍ ସଫ୍ଟୱେର ମାଧ୍ୟମରେ କୋଡିଂ କରି ପରିଚାଳନା କରିବେ । ଏନେଇ ଆସନ୍ତା ଜାନୁଆରି ମାସ ଠାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି । ଏହି କିଟ୍ ପ୍ରଦାନ ବେଳେ ଛତ୍ରପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥି, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ଜୋନାଲ ହେଡ୍ ସୁବ୍ରତ ସରକାର, ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତିଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।


