ଆର.ବିଞ୍ଛଣାପଲ୍ଲୀ ଗ୍ରାମରେ ଅଖଣ୍ଡଳମଣି ପ୍ରାସାଦ ପ୍ରତିଷ୍ଠା ଉତ୍ସବ
ଗଞ୍ଜମ, (ବିନୋଦ ପଲେଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ରାଧାଗୋବିନ୍ଦପୁର ପଞ୍ଚାୟତର ଆର.ବିଞ୍ଛଣାପଲ୍ଲି ଗ୍ରାମରେ ଅଖଣ୍ଡଳମଣି ମହାଦେବଙ୍କ ” ନୂତନ ପ୍ରାସାଦ ” ପ୍ରତିଷ୍ଠା ମହୋତ୍ସବ ଓ ୨୪ ପ୍ରହର ନାମଯଜ୍ଞ କୋଭିଡ କଟକଣା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ବଂଶୀଧର ବାବାଙ୍କ ଧବଳବଂଶ ପରିବାର ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଗତ ଏଗାର ତାରିଖ ଠାରୁ ଆରମ୍ଭ ହୋଇଥିବା ଚାରିଦିନ ବ୍ୟାପି ଚାଲିଥିବା ଏହି ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀ, ପାଲୁରଗଡ଼ ମହାରାଜ ଶ୍ରୀ ରଜତ ଚନ୍ଦ୍ର ଗଜେନ୍ଦ୍ର ଦେଓ, ମହାରାଣୀ ସବିତା କୁମାରୀ ଦେଓଙ୍କ ତତ୍ତ୍ୱାବଧାନରେ ଅଙ୍କୁରାରୋପଣ, କଳସ ଯାତ୍ରା, ନାମ ଯଜ୍ଞ, ବନଯୋଗ, ପ୍ରତିଷ୍ଠା କର୍ମ, ଅଗ୍ନି ସଂସ୍କାର, ମହାସ୍ନାନ ଓ ଦେବତା, ଧ୍ଵଜାଭ୍ରମଣ, ଦେବତା ବିଜେ, ଯଜ୍ଞପୂର୍ଣ୍ଣହୁତି, ନାମଯଜ୍ଞ, ନଗର କୀର୍ତ୍ତନ, ଯମୁନା ସ୍ନାନ, ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ ସାଙ୍ଗକୁ ପ୍ରାସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମହୋତ୍ସବକୁ ଗ୍ରାମର ମୁଖ୍ୟ ପରିଚାଳକ ବାବୁଲା ବେହେରା ପରିଚାଳନା କରିଥିଲେ ।