କଳାକାର ପରୀକ୍ଷା ପାଇଁ ୩୪୦ଜଣଙ୍କ ନାମ ପଞ୍ଜିକରଣ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ କଳାକାର ଦକ୍ଷତା ଚୟନ ପାଇଁ ଆଜି ଦ୍ୱିତୀୟ ଦିନ ସୁଦ୍ଧା ୩୪୦ଜଣ ନାମ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନା ଅଧିନ ୨୩ଗୋଟି ପଂଚାୟତର ବିଭିନ୍ନ ବର୍ଗର କଳାକାର ମାନେ ନାମ ପଞ୍ଜିକରଣ କରିଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଯେଉଁ କଳାକାର ମାନେ ପୂର୍ବରୁ ଅନଲାଇନରେ ଆବେଦନ କରିଥିଲେ ସେମାନେ ଉକ୍ତ ଚୟନ ପରୀକ୍ଷାରେ ନାମ ପଞ୍ଜିକରଣ କରି ନିଜ କଳାକୃତି ପ୍ରଦର୍ଶନ କରିଛନ୍ତି । ବିଶେଷ କରି ପାଲା, ଦାଶକାଠିଆ, ମେଲୋଡି, ଯାତ୍ରା ସହିତ ଅନେକ ଗ୍ରାମ୍ୟ କଳାକାର ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନା ପାଇଁ ନାମ ପଞ୍ଜିକରଣ କରି ସଂକ୍ଷିପ୍ତ କଳା ପ୍ରଦର୍ଶନ କରିଛନ୍ତି । କାର୍ଯ୍ୟକ୍ରମକୁ ସୁଧାଂଶୁ ପାଢୀଙ୍କ ସମେତ ଗୋପାଳକୃଷ୍ଣ ପଣ୍ଡା, ଅଜିତ ବେହେରା, ପ୍ରକାଶ ନାୟକ, ସନ୍ତୋଷ ରାଉତ ପରିଚାଳନା କରିଥିଲେ ।