୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା
ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି । ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା ରୁଜୁ ହେବା ପରେ ଶେଷରେ ବହୁ କଷ୍ଟରେ ପୋଲିସ ହାତରେ ଧରାପଡିଛନ୍ତି ଏହି କୋଟିପତି ଚୋର । ପୋଲିସ ମୁତାବକ, ପବିତ୍ର ସିଂ ଓରଫ ଗବର ସିଂ ନାମକ ଏହି ଚୋର ୧୨ ବର୍ଷରୁ ଚୋରି କରିବା ଆରମ୍ଭ କରିଥିଲା । ପ୍ରଥମେ ସେ ସ୍କୁଲରୁ କମ୍ପ୍ୟୁଟର ଚୋରି କରିଥିଲେ । ଯଦିଓ ସେ ଏଥିରେ ଧରାପଡି ସୁଧାରଗୃହକୁ ଯାଇଥିଲା । କିନ୍ତୁ ଭୁଲ ସୁଧୁରିବା ପରିବର୍ତ୍ତେ ସେ ଆହୁରି ଚୋରି କରି ଚାଲିଥିଲେ । ଧୀରେ ଧୀରେ ତାଙ୍କ ନାଁରେ ମାମଲା ବଢ଼ିଚାଲିଥିଲା । ପୋଲିସ ତାଙ୍କୁ ଧରିବାରେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା । ନିକଟରେ ଗବର ସିଂ ନିଜ ଦୁଇ ସାଙ୍ଗଙ୍କ ସହ ଏକ ସୁନା ଦୋକାନରୁ ଚୋରି କରିବାକୁ ଯାଇଥିଲା । ଏହାର ସୂୂଚନା ପାଇଁ ପୋଲିସ ସୁନା ଦୋକାନ ଚାରିପଟୁ ତାଙ୍କୁ ଘେରିଯାଇଥିଲା । ପୋଲିସ ତାଙ୍କୁ ଗିରଫ କରିବା ସହ ୩୮ କିଲୋ ରୁପା, ୧ କିଲୋ ସୁନା, ୧୩ଟି କାର୍, ୫ଟି ବାଇକ୍ ତାଙ୍କଠାରୁ ଜବତ କରିଥିଲା ।


