ଚର୍ଚ୍ଚାରେ ଚୀନର ଗୋଲଡ୍ କମୋଡ୍

ଚର୍ଚ୍ଚାରେ ଗିନିଜ୍ ୱାର୍ଲଡ୍ ରେକର୍ଡ କରିଥିବା ଚୀନ ଗୋଲଡ୍ କମୋଡ୍ । ସାଙ୍ଘାଇ ଶିଳ୍ପ ମେଳାରେ ଏହାର ଉନ୍ମୋଚନ କରାଯିବା ପରଠାରୁ ଏହା ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । କମୋଡକୁ ପ୍ରସ୍ତୁତ କରିବାରେ ସୁନା ଓ ୪୦,୮୧୫ଟି ହୀରା ବ୍ୟବହାର କରାଯାଇଥିବାବେଳେ ଏହା ବୁଲେଟ୍ ପ୍ରୁଫ୍ ବୋଲି ଜଣା ପଡ଼ିଛି । ନଭେମ୍ବର ୫ରେ ପିପୁଲ୍ସ ଡେଲି ଚାଇନା ଏହି କମୋଡର ଫଟୋ ସେୟାର କରିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସୁନା ଓ ହୀରାରେ ତିଆରି ହୋଇଥିବା ଏହି କମୋଡର ଦାମ୍ ରହିଛି ୧,୨୦୦,୦୦୦ଡଲାର । କୋରୋନେଟ୍ ବ୍ରାଣ୍ଡ ଏହାକୁ ତିଆରି କରିଥିବା ବେଳେ ଏହାର ସଂସ୍ଥାପକ ଆରୋନ ସମ୍ଙ୍କ କହିବା ଅନୁଯାୟୀ, ଆମେ ଏକ ଡାଇମଣ୍ଡ ଆର୍ଟ ମ୍ୟୁଜିୟମ୍ ତିଆରି କରିବାକୁ ଯାଉଛୁ, ଯେଉଁଥିରେ ଏଭଳି ଅନେକ ଜିନିଷ ରଖାଯିବ । ଏଭଳି ହେଲେ ଲୋକେ ଏହାକୁ ଦେଖି ଅଧିକ ମଜା ଉଠାଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ