ବିଦ୍ୟୁତ ଚୋରଙ୍କ ଠାରୁ ଜୋରିମାନା ଆଦାୟ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଟାଟା ପାୱାର ଲିମିଟେଡ଼ ଓ ଭଣ୍ଡାରିପୋଖରୀ ବିଦ୍ୟୁତ ବିଭାଗ ମିଳିତ ଭାବେ ଚଢ଼ାଉ କରି ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି। ବ୍ଲକର କୁମ୍ଭାରୀଆ, ରଘୁନାଥପୁର, କୋରକରା, ବାଙ୍କମୁହାଁ, ଅଙ୍ଗାରଗଡିଆ ପ୍ରମୁଖ ଅଂଚଳରେ ଚଢ଼ାଉ ହୋଇଥିବା ବେଳେ ପ୍ରାୟ୨୦ଜଣ ବିଦ୍ୟୁତ ଚୋରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି। କମ୍ପାନୀର ଭିଜିଲାନ୍ସ ବିଭାଗ ବାଣିଜ୍ୟ ପରିଚାଳକ ନିହାରକାନ୍ତ ଜେନା, ଭଣ୍ଡାରିପୋଖରୀ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ, ଲାଇନମ୍ୟାନ ରଞ୍ଜନ ବେହେରା, ଅଶୋକ ସ୍ୱାଇଁ, ଅମୀୟ ଦଳାଇ, ସୋମନାଥ ବାରିକ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଚଢ଼ାଉ ଜୋରଦାର ହେବା ସହ ଦରକାର ପଡ଼ିଲେ ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି।


