୫୨ଜଣ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କଲା ବିଜେପି
ରାଞ୍ଚି: ଭାରତୀୟ ଜନତା ପାର୍ଟି (ଭାଜପା) ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫୨ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ରବିବାର ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜମସେଦପୁର (ପୂର୍ବ)ରୁ ନିର୍ବାଚନ ଲଢ଼ିବେ ।ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା କହନ୍ତି, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୩ ତାରିଖ ରହିଛି । ଏପରି କ୍ଷେତ୍ରରେ ପାର୍ଟି ପ୍ରଥମ ତାଲିକାର ଘୋଷଣା କରାଯାଇଛି । ନଭେମ୍ବର ୩୦ରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ପାଞ୍ଚଟି ପର୍ଯ୍ୟାୟରେ ଏହି ନିର୍ବାଚନ ଶେଷ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହାଇ ଡିସେମ୍ବର ୭ରେ ଦ୍ୱିତୀୟ ପର୍ଯ୍ୟାୟ, ୧୨ରେ ତୃତୀୟ, ୧୬ରେ ଚତୁର୍ଥ ଓ ୨୦ରେ ପଞ୍ଚମ ପର୍ଯ୍ୟାୟ ଏପରି ଭାବେ ନିର୍ବାଚନ ଶେଷ ହେବ । ଡିସେମ୍ବର ୨୩ରେ ଭେଟ ଗଣତି ସହିତ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ ।ଏପଟେ ରବିବାର ଝାଡଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ପାର୍ଟିି ବି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି । ଏହି ତାଲିକାରେ କଂଗ୍ରେସ ପକ୍ଷରୁ ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।


