ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ
ରାଇକିଆ, (ପ୍ରଦୀପ ବେହେରା) :କନ୍ଧମାଳ ଜିଲ୍ଲା ରାଇକିଆ ବସଷ୍ଟାଣ୍ଡ ସ୍ଥିତ ନୂତନ ମାର୍କେଟ କମ୍ପ୍ଲେକ୍ସ ଏବଂ ସେଣ୍ଟ କ୍ୟାଥରିନ ଇଂରାଜୀ ମିଡିୟମ୍ ସ୍କୁଲ୍ ର ନୂତନ ଶ୍ରେଣୀ ଗୃହ କୁ ଶୁକ୍ରବାର ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉଦଘାଟନ କରିଛନ୍ତି । ବିଦ୍ୟାଳୟ ର ଆବଶ୍ୟକତା କୁ ଦୃଷ୍ଟି ରେ ବିଧାୟକ ପାଣ୍ଠି ରୁ ଏହି ଅର୍ଥ ପ୍ରଦାନ କରାଯାଇଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଧନ୍ୟବାଦ ଜଣାଇଥିଲେ । ବସ ଷ୍ଟାଣ୍ଡ ଠାରେ ମଧ୍ୟ ୧୬ ଟି ଦୋକାନ ଗୃହ କୁ ଉଦଘାଟନ କରି ଥିଲେ । କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସମେତ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ମାନିନୀ ପ୍ରଧାନ ଙ୍କ ସମେତ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।


