ସେକ୍ରେଟାରୀଙ୍କୁ ତୁରନ୍ତ ବହିଷ୍କାର ଦାବୀ କଲେ ଚାଷୀ

ଛତ୍ରପୁର, (ଦେବଦତ୍ତ ମହାରଣା) :ଦୁର୍ନୀତିଗସ୍ଥ ବେଢ ସମବାୟ ସମିତିର ସେକ୍ରେଟାରୀଙ୍କୁ ତୁରନ୍ତ ବହିଷ୍କାର ଦାବି ନେଇ ଚାଷୀ ମାନେ ଗୁରୁବାର ଛତ୍ରପୁର ସ୍ଥିତ ଏଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହୋହାଲ୍ଲା କରିଥିଲେ । ଉକ୍ତ ସେକ୍ରେଟାରୀ ପୂର୍ବରୁ ଧାନ ମଣ୍ଡି, ଋଣ ଓ ସାର କଳା ବଜାରୀ ନେଇ ଦୁର୍ନୀତି ମାମଲାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ଗତ ୨୭ ତାରିଖ ଦିନ ତାଙ୍କୁ ପୂନଃ ନିଯୁକ୍ତି ଦିଆଯାଇଛି ବୋଲି ଚାଷୀ ମାନେ ପ୍ରଶ୍ନ କରିଥିଲେ । ଚାଷୀଙ୍କ ହିତ ପାଇଁ ଉକ୍ତ ସେକ୍ରେଟାରୀଙ୍କୁ ତୁରନ୍ତ ବହିଷ୍କାର କରିବା ସହ ନୂତନ ସେକ୍ରେଟାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ କହିଛନ୍ତି । ଏ ସମସ୍ତ ବିଷୟ ଏଆରସିଏସଙ୍କ ଅନୁପସ୍ଥିତିରେ ଏସଏଆରସିଏସ ଜୀବନ କୁମାର ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ