ଚାଇଲ୍ଡ଼ ଫଣ୍ଡ ଇଣ୍ଡିଆ ତରଫରୁ ଅଗ୍ରଣୀ ମା’ମାନଙ୍କୁ ସାଇକେଲ ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାଇଲ୍ଡ଼ ଫଣ୍ଡ ଇଣ୍ଡିଆର ଭୁବନେଶ୍ୱର ସହରାଞ୍ଚଳ ଉନ୍ନୟନ ପରିଷଦ ତରଫରୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଚାଇଲ୍ଡ଼ ଫଣ୍ଡ ଇଣ୍ଡିଆ, ଭୁବନେଶ୍ୱରର ୮ଟି ବସ୍ତି ପିଲାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ନିରାପତ୍ତା ପାଇଁ କାମ କରୁଥିବା ବେଳେ ଏହି ବସ୍ତି ଗୁଡ଼ିକରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିବା ୧୪ଜଣ ଅଗ୍ରଣୀ ମା’ମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା । ଚାଇଲ୍ଡ଼ ଫଣ୍ଡ ଇଣ୍ଡିଆର କର୍ମକର୍ତ୍ତା ଶ୍ରୀଯୁକ୍ତ ଅକ୍ଷୟ ରାଉତ, ଶିବପ୍ରସାଦ ବେହେରା, ଶାନ୍ତାରାମ ନନ୍ଦ, ରାକ୍ଷୀ ସାହୁ, ପ୍ରଜ୍ଞା ମିଶ୍ର ଓ ଏଲ୍. କୁନ୍ମୁନ୍ ଦୋରା ଉପସ୍ଥିତ ରହି ଅଗ୍ରଣୀ ମା’ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ।


