କର୍କଟ ପୀଡ଼ିତ ବାଳକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସମାଜ ମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥରାଶି ପ୍ରଦାନ

କୃଷ୍ଣଶରଣପୁର/ପଟିଆ, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଯୁବ ସଂଗଠନ ଖଣ୍ଡଗିରି ତାର ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ଖଣ୍ଡପଡ଼ା ନୟାଗଡ଼ ଅଞ୍ଚଳର ୧୩ବର୍ଷର କର୍କଟ ପୀଡ଼ିତ ବାଳକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସମାଜ ମଙ୍ଗଳ ହୁଣ୍ଡିରୁ ଆଦାୟ କରାଯାଇଥିବା ମୋଟ ୧୫ ହଜାର ଟଙ୍କାକୁ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡା. ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ବିଜେଡ଼ି ରାଜ୍ୟ ସମ୍ପାଦକ ଅମରେଶ ଜେନା, ସମାଜସେବୀ ପ୍ରୀତିନନ୍ଦା ରାଉତରାୟ, ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ, କଣ୍ଠଶିଳ୍ପୀ ଡା. ଜୟଶ୍ରୀ ଧଳ, ସଂଗଠିକା ବିନ୍ଦାସ ଚିନୁ, ପ୍ରଧ୍ୟାପକ ଡା. ଅସିତ ଦାସ, ସମାଜସେବୀ ଧୀରେନ ରାଉତରାୟ, କଣ୍ଠଶିଳ୍ପୀ ଏନ୍‌. ଶ୍ରୀନିବାଶ, କର୍ପୋରେଟର ଅଶ୍ୱିନୀ ସୁନ୍ଦରାୟ, ଯୁବ ସମାଜସେବୀ ଅବିନାଶ ନାୟକ ଓ ନଟିଆ କମେଡ଼ି, ମୁଖ୍ୟ ନାୟକ ସ୍ମୃତିରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ପିପିଲି ବିଧାୟକ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗିବା ସହ ସାମାଜିକ ହୁଣ୍ଡିରେ ଦାନ କରିଥିଲେ । ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସେବା ସମ୍ମାନ-୨୦୨୧ରେ ସମ୍ବର୍ଦ୍ଧିତ କରାଯାଇଥିଲା । ହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗଠନର ସଭାପତି ଚିତ୍ତରଞ୍ଜନ ଦାଶ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ