ନାଇଟ କର୍ଫ୍ୟୁ ର ତଦାରଖ କଲେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଗଣ

ଛତ୍ରପୁର, (ଦେବଦତ୍ତ ମହାରଣା) :କୋରନାର ତୃତୀୟ ଲହର କୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି l ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁଯାୟୀ ରାତ୍ର ୯ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ନାଇଟ କରଫ୍ୟୁ ଲାଗୁ କରାଯାଇଛି l ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦେଶ କ୍ରମେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ସହରର ମୁଖ୍ୟ ରାସ୍ତାରେ ବୁଲି ଲୋକଙ୍କୁ ସଚେତନତା କରିବା ସହ ନାଇଟ କରଫ୍ୟୁ କୁ କଡା କଡୀ ପାଳନ କରିବା ପାଇଁ ସଚେତନତା କରାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ