ବଡରମ୍ପାସ ମହାବୀର କ୍ଲବ ପକ୍ଷରୁ ରାଧାକୃଷ୍ଣ ପୂଜା
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକର ବଡରମ୍ପାସ ଗ୍ରାମଟି ଏବେ ଉତ୍ସବ ମୁଖରିତ ହୋଇ ଉଠିଛି । ଗ୍ରାମର ପ୍ରତି ସାହିରେ ରାଧାକୃଷ୍ଣ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଉଛି । ଦକ୍ଷିଣ ସାହିଠାରେ ମହାବୀର ୟୁଥ କ୍ଲବ ପକ୍ଷରୁ ରାଧାକୃଷ୍ଣ ପୂଜା ଅନୁଷ୍ଠିତ ହେଉଛି । ୭ଦିନ ଧରି ଚାଲିବାକୁ ଥିବା ଏହି ପୂଜାପାଇଁ ଗତ ୭ତାରିଖ ସକାଳେ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମପରିକ୍ରମା କରାଯିବାପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶ୍ରୀଧର ସାହୁ, ସୌମ୍ୟରଞ୍ଜନ ସାହୁ, ଜଗମୋହନ ସାହୁ, ପାର୍ଥସୌରଭ ସା, ଆଲୋକ ମଣ୍ଡଳ, ବିଚିତଅ ବିଶ୍ୱାଳ ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ଚୈତନ୍ୟ ଜେନା, ଆଲୋକ ସାହୁ, ଶ୍ରୀକାନ୍ତ ସାହୁ, ରାଜୀବ ଲୋଚନ ସାହୁ, ଅନିଲ ସା, ଜନ୍ମେଜୟ ବେହେରା, ରଙ୍ଗାଧର ଦାସ, ମନୋରଞ୍ଜନ ଓଝା, ନିରଞ୍ଜନ ସାହୁ, ଗିରିଧାରୀ ସାହୁ, ଆଲୋକ ମଣ୍ଡଳ, ସୌମ୍ୟରଞ୍ଜନ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ପ୍ରତିଦିନ ଭଜନ କିର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବାବେଳେ ପ୍ରସାଦ ସେବନର ବ୍ୟବସ୍ଥା ଚାଲୁ ରହିଛି । ଆସନ୍ତାକାଲି ଡଙ୍ଗାଭଷାଣ ପର୍ବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଗାଁର ସମସ୍ତ ପରିବାର ଲୋକ ସାମିଲ ହୋଇଛନ୍ତି ।