ଦିଲ୍ଲୀପ ସାହୁ ବିଜୁ ଜନତା ଦଳ ର ରାଜ୍ୟ ସମ୍ପାଦକ ନିଯୁକ୍ତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :ବିଜେଡି ସୁପ୍ରିମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ବରିଷ୍ଠ ନେତାଙ୍କୁ ରାଜ୍ୟ ବିଜୁ ଜନତା ସାଙ୍ଗଠନିକ ପଦ ପଦବୀରେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ କରଂଜିଆର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ ସାହୁ ଙ୍କୁ ରାଜ୍ୟ ସମ୍ପାଦକ ପଦବୀ ରେ ନିଯୁକ୍ତ କରିଥିବା ଦଳର ସାଧାରଣ ସମ୍ପାଦକ (ମିଡ଼ିଆ ଦାୟିତ୍ୱ ) ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ପ୍ରକାଶ କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ କରଞ୍ଜିଆ ରେ ବିଜେଡି କର୍ମୀ ମାନେ ଖୁସି ପ୍ରକାଶ କରିଛନ୍ତି । ନିଜ ପ୍ରତିକ୍ରିୟା ରେ ନବ ନିଯୁକ୍ତ ବିଜେଡି ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି । ଦଳ ଦେଇଥିବା ଗୁରୁଦାୟିତ୍ୱ କୁ ସୁଚାରୁ ରୂପେ ତୁଲାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ଦିଗଦର୍ଶନ ରେ ସମସ୍ତ କର୍ମକର୍ତା ଓ କର୍ମୀ ଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ଦିଲ୍ଲୀପ ସାହୁ ଛାତ୍ର ଜୀବନରୁ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜନତା ଦଳ ସମୟରୁ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି । ସେ ପୂର୍ବରୁ ଜିଲ୍ଲା ଉପସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓ ବିଶୋଇ ବ୍ଲକ ସଂଯୋଜକ ଭାବେ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ