ଯୁବ ଉଦ୍ୟୋଗୀ ଏବଂ ୬ଟି ସଂସ୍ଥାକୁ ଜାତୀୟ ଉଦ୍ୟମୀତା ପୁରସ୍କାର-୨୦୧୯

ଦେଶରେ ଉଦ୍ୟମୀତା ବିକାଶ ନିମନ୍ତେ କୌଶଳ ବିକାଶ ଏବଂ ଉଦ୍ୟମୀତା ମନ୍ତ୍ରାଳୟ ପକ୍ଷରୁ ୩୦ଜଣ ଯୁବ ଉଦ୍ୟୋଗୀ ଏବଂ ୬ଟି ସଂସ୍ଥାକୁ ଜାତୀୟ ଉଦ୍ୟମୀତା ପୁରସ୍କାରର ୪ର୍ଥ ସଂସ୍କରଣ ରେ ପୁରସ୍କୃତ କରାଯାଇଛି । ସମାରୋହ ନୂଆଦିଲ୍ଲୀ ସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ର ଠାରେ ଅୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ କୌଶଳ ବିକାଶ ଏବଂ ଉଦ୍ୟମୀତା ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେଇଥିଲେ । ଚଳିତ ବର୍ଷ ଆବେଦନକାରୀଙ୍କ ସଂଖ୍ୟା ପୁର୍ବ ବର୍ଷ ମାନଙ୍କ ତୁଳନାରେ ବହୁତ ଅଧିକା ଥିଲା । ତୃଣମୁଳ ସ୍ତରରେ କର୍ମଶାଳା, ଏମଏସଏମଇ ଭଳି ସମାବେଶ ବିଜ୍‌ନେସ ସ୍କୁଲ ମାନଙ୍କରେ ସେମିନାର, ଉଦ୍ୟୋଗୀ ମାନଙ୍କ ସହ ସିଧା ସଳଖ ବାର୍ତାଳପ, ପ୍ରଦର୍ଶନୀ ଇତ୍ୟାଦି ପ୍ରୟାସ ନିଆଯାଇଥିଲା । ଏ ସବୁର ସାମୁହିକ ଫଳ ଭାବରେ ଚଳିତ ବର୍ଷ ଆବେଦନକାରୀଙ୍କ ସଂଖ୍ୟା ୪୧୩୪ ଥିଲା ଯାହା ଗତବର୍ଷ ମାତ୍ର ୨୩୭୯ ଥିଲା । ଉଦ୍ୟୋଗୀ ମାନଙ୍କର ଜାତୀୟ ଉଦ୍ୟମୀତା ପୁରସ୍କାର ପାଇଁ ଆଗ୍ରହ ଓ ଗମ୍ଭିରତା ଦର୍ଶାଉଛି । ଭାରତରେ ଉଦ୍ୟମୀତା ବିକାଶର ସଂସ୍କୃତି ଉପରେ ମନ୍ତବ୍ୟ ଦେଇ ଡଃ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି, “ଷ୍ଟାର୍ଟଅପ ବିପ୍ଳବର ଦ୍ୱାର ଦେଶରେ ଭାରତ ଛିଡା ହୋଇଛି । ଆମେ ସାରା ବିଶ୍ୱର ସବୁଠାରୁ ଦୃତ ଷ୍ଟାର୍ଟଅପ ବିକାଶ କ୍ଷେତ୍ରରେ ୩ୟ ସ୍ଥାନରେ ଅଛୁ । ୨୦୧୮ ମସିହାରେ ୭୨୦୦ ଷ୍ଟାର୍ଟଅପ ସହ ଭାରତ ୧୧୮୬୪ ଷ୍ଟାର୍ଟଅପ ଥିବା ୟୁକେ ଏବଂ ୪୧୫୦୦ ଷ୍ଟାର୍ଟଅପ ଥିବା ୟୁଏସଏ ପଛରେ ତୃତୀୟ ସ୍ଥାନରେ ଅଛି । ଜାତୀୟ ଉଦ୍ୟମୀତା ପୁରସ୍କାର ଯୁବ ଉଦ୍ୟୋଗୀ ମାନଙ୍କୁ ଆକର୍ଷିତକରି ସେମାନଙ୍କର ଅସାଧାରଣ ପ୍ରତିଭାକୁ ସାମ୍ନାକୁ ଆଣିବାରେ ଏବଂ ଦେଶ ଗଠନରେ ସାହାର୍ଯ୍ୟ କରିବ । ଏହି ପୁରସ୍କାର ପାଇଁ କୌଶଳ ବିକାଶ ଏବଂ ଉଦ୍ୟମୀତା ମନ୍ତ୍ରାଳୟ ୧୨ଟି ଜାତୀୟ ଅନୁଷ୍ଠାନ ଯଥା ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ, ଆଇଆଇଟି କାନପୁର, ଏକ୍ସଏଲଆରଆଇ, ଟିଆଇଏସଏସ, ଏନଏସଆଇସି, ଆଇଆଇଟି ଗୌହାଟି, ଆଇଆରଏମଏ, ଏମଏଏନଏଜିଇ, ଏନଆଇଏଫ, ଏନଏବିଏଆର୍‌ଡି ଏବଂ ଆରଏସଇଟିଆଇ ସହ ସହବନ୍ଧିତ ଥିଲେ । ଏହି ସଂସ୍ଥା ମାନଙ୍କୁ ନୋମିନେସନ ଦାୟୀତ୍ୱ ଦିଆଯାଇଥିଲା । ବିଜେତା ମାନଙ୍କୁ ଚୟନ ପାଇଁ ବିଚାରକ ମଣ୍ଡଳିରେ ଡଃ ଆର.ଏ ମାସଲେକର ପୁର୍ବତନ ସିଏସଆଇଆର ନିର୍ଦ୍ଦେଶକ, ମିଲିନ୍ଦ କାମ୍ବଲି ଡିଆଇସିଆଇର ପ୍ରତିଷ୍ଠାତା ନିଲମ ଛିବର, ଇଣ୍ଡଷ୍ଟ୍ରି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶ ଅରୁଣ ତ୍ୟାଗୀ, ଇଣ୍ଡସଇଣ୍ଡ ବ୍ୟାଙ୍କର ନିର୍ଦ୍ଦେଶକ ହରିଶ ହାଣ୍ଡେ, ଏସଇଏଲସିଓ ଇଣ୍ଡିଆ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଭେନଚ୍ୟୁର କାଟାଲିଷ୍ଟର ପରିଚାଳନା ଅଂଶୀଦାର ବିନାୟକ ନାଥ ଆଦି କାର୍ଯ୍ୟ କରିଥିଲେ । ଜାତୀୟ ଉଦ୍ୟମୀତା ପୁରସ୍କାର (ଏନଇଏ) ସମ୍ବନ୍ଧରେ କୌଶଳ ବିକାଶ ଓ ଉଦ୍ୟମୀତା ମନ୍ତ୍ରାଳୟ ପକ୍ଷରୁ ୨୦୧୬ ମସିହାରେ ଭାରତରେ ଉଦ୍ୟୋଗୀକରଣ ବିକାଶ ଓ ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ନିମନ୍ତେ ଜାତୀୟ ଉଦ୍ୟମୀତା ପୁରସ୍କାର ଆରମ୍ଭ କରାଯାଇଥିଲା । ପ୍ରଥମ ପିଢି ଉଦ୍ୟୋଗୀ ମାନଙ୍କ ପାଇଁ ଏହି ପୁରସ୍କାର ଉଦ୍ଧିଷ୍ଟ । ୨୦୧୯ ମସିହାରେ ଏହି ପୁରସ୍କାରର ୪ର୍ଥ ସଂସ୍କରଣର ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ