ଜିଲ୍ଲାପାଳଙ୍କ ଠାରେ ଚାଷୀଙ୍କ ଅଭିଯୋଗ

ଛତ୍ରପୁର, (ଦେବଦତ୍ତ ମହାରଣା) :-ପଞ୍ଜୀକୃତ ଚାଷୀଙ୍କ ଧାନ ଉଠାଣରେ ଅନିୟମିତତା ନେଇ ଗୁରୁବାର ଗଞ୍ଜାମ ବ୍ଲକ ଅଧିନସ୍ଥ ସୁବଳୟା ସମବାୟ ସମିତିର ବହୁ ଚାଷୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରେ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଧାନ ଉଠାଣ ପାଇଁ ନିଯୁକ୍ତି ମିଲର ମାନଙ୍କ ଅବହେଳା ଯୋଗୁଁ ଚାଷୀଙ୍କୁ ୧ ମାସ ତଳେ ଟୋକେନ ମିଳିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କ ଧାନ କିଣାଯାଉନାହିଁ । ବର୍ତ୍ତମାନ ଚାଷୀଙ୍କ ଟୋକେନ ଅବଧି ଶେଷ ହେବାକୁ ଗଲାଣି । ଏଦିଗରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ କିପରି ଚାଷୀଙ୍କ ଧାନ ତୁରନ୍ତ କିଣାଯିବ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଠାରେ ଚାଷୀ ଦାବି କରିଛନ୍ତି । ସେହିପରି ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀକୂଳ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ସେମାନଙ୍କ ଧାନ ଏଯାବତ୍ ବିକ୍ରି ହୋଇନାହିଁ । ଯାହା ଫଳରେ ଚାଷୀମାନେ ଋଣ ପରିଷୋଧ ନ କରିପାରି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୋଲି ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦାବିପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ଚାଷୀ ବିଚିତ୍ର ବେହେରା, କବିଚନ୍ଦ୍ର ବିଶ୍ୱାଳ, କେଦାର ସାହୁ, ବିକ୍ରମ ବେହେରା, ଝିଲି ସାହୁ, କୈଳାଶ ଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ସାହୁଙ୍କ ସମେତ ସୁବଳୟା ସମବାୟ ସମିତିର ବହୁ ଚାଷି ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ