ବିଜେଡିର ସାଙ୍ଗଠନିକ ବୈଠକ ଓ ପ୍ରଚାର ଗାଡିର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ବ୍ଲକ ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ବୁଧବାର ଗଞ୍ଜାମ ବ୍ଲକର ସାନ ଗୋପାଳପୁର ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସଭାପତିତ୍ୱ କରିବା ସହ ଏକ ପ୍ରଚାର ଗାଡିର ମଧ୍ୟ ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ପାଥେୟ କରି ସମସ୍ତ ବିଜେଡି ନେତା ଓ କର୍ମୀ ମାନେ ଏକ ମନ ହୋଇ ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସରପଂଚ ନିରଞ୍ଜନ ରେଡ୍ଡି ସ୍ୱାଗତ ଭାଷନ ପ୍ରଦାନ କରିଥିବା ବେଳେ ବରିଷ୍ଠ ନେତା ବାନାମ୍ବର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ୧୪ ଓ ୧୫ ନମ୍ବର ଜୋନ୍ ର ପ୍ରଚାର ଗାଡିକୁ ବିଧାୟକ ଶ୍ରୀ ବେହେରା ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପ ବାଚଷ୍ପତି ତଥା ରାଜ୍ୟ କୃଷି ବିପଣନ ଉପଦେଷ୍ଠା ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ୧୪ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସସ୍ମିତା ସ୍ୱାଇଁ, ୧୫ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ସନାତନ ବେହେରା ପ୍ରମୁଖ ମଂଚାସିନ ଥିବା ବେଳେ ଗଞ୍ଜାମ ନଗର ଯୁବ ସଭାପତି ତଥା ବ୍ଲକ ପର୍ଯ୍ୟବେକ୍ଷକ ସୁଧିର କୁମାର ପାଢୀ, ଟି. ଚନ୍ଦ୍ର ଶେଖର ରାଓ, ଅହି ଭୂଷଣ ସାହୁ, ଏଲ୍‌. ଗୋପାଳ ରାଓ, ସୁରେଶ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ