ବିଜେଡିର ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ୫୦୦ ରୁ ଉର୍ଦ୍ଧ୍ୱ ପରିବାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଂଚାୟତର ଭୁଆଁଭୁଇଁ ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମିଶ୍ରଣ ପର୍ବରେ ଗ୍ରାମର ୩ ଗୋଟି ସାହିର ୫ ଶହରୁ ଉଦ୍ଦ୍ୱର୍ ପରିବାର ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି । ନୂତନ ଭାବେ ଯୋଗ ଦେଇଥିବା ଏହି ପରିବାର ମାନଙ୍କୁ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଉପଢୌକନ ପ୍ରଦାନ ପୂର୍ବକ ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ୧୪ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସସ୍ମିତା ସ୍ୱାଇଁ, ପୋଇରାଶି ପଂଚାୟତର ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ରବିନ୍ଦ୍ର ନାଥ ବେହେରା ଓ ସମିତିସଭ୍ୟ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା କୁ ଅନୁରୋଧ କରିଥିଲେ । ଉକ୍ତ ଗ୍ରାମରେ ରହିଥିବା ପାନୀୟ ଜଳ ସମସ୍ୟା ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହ ଗ୍ରାମ୍ୟ ଠାକୁରାଣି ମନ୍ଦିର ସୌନ୍ଦର୍ଯ୍ୟକରଣ ଖୁବ ଶୀଘ୍ର କରାଯିବା ନେଇ ପ୍ରତିଶୃତି ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ