୩୪ନଂ ଜୋନରେ ବିଜେଡିର ପ୍ରଚାର ଯୋରଦାର

ହାଟଡିହି, (ବିକାଶ ବିଶ୍ୱାଳ) :-୩୪ନଂ ଜୋନ ଜିଲ୍ଲାପରିଷଦ ଆସନଟିରେ ବିଜେଡିକୁ ବିଜୟୀ କରାଇବାପାଇଁ ସମସ୍ତ କଳବଳ କୌଶଳ ଖଟାଇ ଦେଇଛି । ସେଥିପାଇଁ ଦଳର ତୁଙ୍ଗନେତାମାନେ ଏଠାରେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀ ସୋମନାଥ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ଜୋରଦାର କରୁଛନ୍ତି । ଗତ ନିର୍ବାଚନରେ ଏହି ୩୪ନମ୍ବର ଜୋନଟି ବିଜେପି ହାତରେ ଥିବାରୁ ଏଥର କିପରି ବିଜେଡି ବିଜୟ ବାନା ଉଡାଇବ ସେନେଇ ବିଜେଡି ନେତାମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଥିବା ଅନୁଭବ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ, ଶାନ୍ତନୁ କୁମାର ସେଠୀ, ପଞ୍ଚାୟତ ସଭାପତି ପବିତ୍ର ମୋହନ ପେଡା, ବରିଷ୍ଠ ବିଜେଡି ନେତା ରବି ନାୟକ, ଫେତୁ ପଣ୍ଡା, କୃଷ୍ଣ ପରିଡା, ଟୁଟୁ ସାହୁ, ବସନ୍ତ ପଢ଼ିଆରୀଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ ନେତା ସାମିଲ ହୋଇଛନ୍ତି । ସେମାନେ ବାଙ୍ଗୋର ମା ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଶହଶହ କର୍ମୀଙ୍କ ସହ ଘରଘର ବୁଲି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ପ୍ରଚାର କରୁଛନ୍ତି । ଲୋକମାନେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବାସହ ବନ୍ଦାପନା କରୁôତବା ଦେଖିବାକୁ ମିଳିଛି । ତାଙ୍କ ସହିତ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଙ୍କିତା ପଢ଼ିଆରୀ ଓ ସମିତିସଭ୍ୟ ପ୍ରାର୍ଥୀ ମଧ୍ୟ ସାମିଲ ହୋେଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ