୨ବଖରା ଜଳିଗଲା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ରଘୁନାଥପୁର ଗ୍ରାମରେ ଗତକାଲି ରାତି ଦୁଇଟା ବେଳେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ବିଳମ୍ବିତ ରାତିରେ ଧରଣୀଧର ଧଳଙ୍କ ଘରେ ଅକସ୍ମାତ ନିଆଁ ଲାଗିଯାଇଥିଲା । ଫଳରେ ତାଙ୍କର ଦୁଇବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଥିଲା । ଗାଁ ଲୋକମାନେ ନିଆଁକୁ ଆୟତ କରିଥିବାବେଳେ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲେ । ନିଆଁ କିପରି ଲାଗିଲା ତାର କାରଣ ଜଣାପଡଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ