ଚାରଟି ସାହିର କମ୍ୟୁନିଷ୍ଟ ସମର୍ଥକ ବିଜେଡିରେ ମିଶିଲେ
ଗଂଜାମ, (ବିନୋଦ ପଲାଇ) :-ପଞ୍ଚାୟତ ନିର୍ବାଚନ ଯେତେ ପଖାଉଛି, ନିର୍ବାଚନ ଉଷ୍ମତା ସେତ ବୃଦ୍ଧି ପାଉଛି । ସବୁଦଳ ନିଜର ପାର୍ଥିଙ୍କୁ ବିଜୟ କରିବା ପାଇଁ ଲାଗିପଡିଥିବା ବେଳେ, ଦଳ ଡିଆଁ ସେତେ ଜୋରବି ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ବ୍ଳକର ପୋଇରାଶି ପଞ୍ଚାୟତର ଭୁଆଁଭୁଇଁଗ୍ରାମର ଚାରଟି ସାହିର ଶତାଧିକ କମ୍ୟୁନିଷ୍ଟ ସମର୍ଥକ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଭୁଆଁଭୁଇଁଗ୍ରାମର ବଡ଼ସାହି, ମଝିସାହି, ହରିଜନ ସାହି, ତଳସାହି ର କମ୍ୟୁନିଷ୍ଟ ସମର୍ଥକ ଯୁବକ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ବନାଦାସ, ଗନ୍ତେଇବେହେରା, ମଙ୍ଗୁଳୁ ବେହେରା, ମୂଷା ବେହେରା ପ୍ରମୁଖ ସମେତ ଶତାଧିକ ସମର୍ଥକ ଆଜି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ବିଜେଡିରେ ମିଶିଥିବା ବେଳେ, ବିଧାୟକ ବେହେରା ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଯୁବ ବିଜେଡି ସଭାପତି ତଥା ସମିତି ସଭ୍ୟ ପାର୍ଥି ଅନ୍ତର୍ଯ୍ୟାମି ବେହେରା, ସରପଞ୍ଚ ପାର୍ଥି ରବୀନ୍ଦ୍ର ନାଥ ବେହେରା, ପୁର୍ବତନ ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ବେହେରା ଦଳୀୟ ପାର୍ଥି ମାନଙ୍କୁ ବିଜୟ କରିବା ପାଇଁ ଅନୁରୋଧ କରିଥିଲେ ।


