ଚିଟ୍ ଫଣ୍ଡ ଜମାକାରୀଙ୍କ ହିଞ୍ଜିଳି ତହସିଲ ଆଗରେ ଗଣ ସତ୍ୟାଗ୍ରହ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ ସାହୁ) :-ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିର ଶିକାର ହୋଇଥିବା ଜମାକାରୀଙ୍କ ଦ୍ଵାରା ହିଂଜିଳିକାଟୁ ଠାରେ ଗଣ ସତ୍ୟାଗ୍ରହ ଓ ହିଞ୍ଜିଳି ତହସିଲ ଅନ୍ତର୍ଗତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଟଙ୍କା ଫେରସ୍ତ ସହ ବିଭିନ୍ନ ଦାବି ନେଇ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି । ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ର ଖବର ପ୍ରକାରେ ଓଡ଼ିଶାରେ ବିଭିନ୍ନ ସ୍କିମ ଭିତ୍ତିରେ ଜମା ସଂଗ୍ରହ କରିଥିବା କମ୍ପାନୀ , ସମବାୟ ଓ ସ୍ୱୟଂ ସହାୟକ ସମବାୟ , ମଲ୍ଟି ଷ୍ଟେଟ ସମବାୟ ଓ ମାଇକ୍ରୋ ଫାଇନାନ୍ସ ପୃଷ୍ଠପୋଷକତାରେ ଲକ୍ଷଲକ୍ଷ ଜମାକାରୀଙ୍କ ଠାରୁ ଟଙ୍କା ନେଇ ଜମା କରିବା ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟ ସରକାର କେତେକ କାର୍ଯ୍ୟଳୟ ସିଲ କରିବା ସହ ଜମାକାରୀଙ୍କ ଟଙ୍କା ଦେଣ-ନେଣ ସମ୍ବଳିତ ତଥ୍ୟକୁ ନଷ୍ଟ କରାଇଥିଲେ । ଏହାପରେ ଜମାକାରୀଙ୍କ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହେବା ଯୋଗୁଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ,ବିଚାର ବିଭାଗୀୟ ତଦନ୍ତ କମିଶନ ନିଯୁକ୍ତି , କିଛିଦିନ ମଧ୍ୟରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ଭଳି ବିଭିନ୍ନ ପ୍ରତିଶୃତି ଦେଇଥିଲେ ମଧ୍ୟ ଉକ୍ତ ତଥ୍ୟ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ହିଞ୍ଜିଳି କାଟୁରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ୪ ଦଫା ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ମିଳିତ ମଞ୍ଚର ଦାବି ଅନୁସାରେ କମିଶନଙ୍କ ଦ୍ଵାରା ସୁପାରିଶ ହୋଇଥିବା ଜମାକାରୀଙ୍କୁ କର୍ପସ ଫଣ୍ଡରୁ ଟଙ୍କା ଫେରସ୍ତ କରାଯାଉ । ଓଡ଼ିଶାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ କରାଯାଉ । ସାହାରା ଭଳି ଯେଉଁ ଅସାଧୁ ସଂସ୍ଥାମାନେ ଜମାରାଶି ନେଇ ପରିପକ୍ୱତା ପରେ ବି ଟଙ୍କା ନ ଫେରାଇ ନୂଆ ସ୍କିମରେ ଜମାରାଶି କାଗଜ ଧରାଉଛନ୍ତି, ସେହି ଜମା ସଂଗ୍ରହ ବନ୍ଦ ରଖି ଆଗାମୀ ୧୫ ଦିନ ମଧ୍ୟରେ ପ୍ରତେକଙ୍କ ପରିପକ୍ୱ ରାଶି ଉପରେ ସୁଧ ସହ ଫେରସ୍ତ ଦିଆଯାଉ ଏବଂ ଫେରସ୍ତ ନକରିଲେ ସମ୍ପୃକ୍ତ ସଂପୃକ୍ତ ଥାନାରେ ଅସାଧୁ ସାହାର ସଂସ୍ଥା ମାଲିକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜି କରି ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଓଡ଼ିଶାରେ ଜମାକାରୀଙ୍କୁ ଠକିଥିବା ପ୍ରତେକ କମ୍ପାନୀର ସ୍ଥାବର ଓ ଅସ୍ତାବର ସମ୍ପତି ଜବତ କରି ସେହି ସମ୍ପତ୍ତିର ନିଲାମ ଅର୍ଥ ଜମାକାରୀଙ୍କୁ ଫେରସ୍ତ କରାଯାଉ ବୋଲି ଦାବି କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ