ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁ ଗାଁ ନିକଟସ୍ଥ ଥିବା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ସାହା ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବଟାଲିୟନ ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ବୃକ୍ଷରୋପଣ କରିଶୁଭାରମ୍ଭ କରିଥିଲେ । ଦୁର୍ଲଭ ମର୍କେଟିଂ କମ୍ପାନୀ ନିର୍ଦ୍ଧେଶକ ଦେବ ଦୁର୍ଲଭ ସାହୁ, ପରିବେଶବିତ ସନ୍ଥ ଜୀବନ ବାବା, ବ୍ରହ୍ମପୁର ଲାୟନ୍ସ କ୍ଳବ ସଭାପତି ଯୋଗେନ୍ଦ୍ର କୁମାର ନାୟକ, ଲାୟନ୍ସ କ୍ଳବ ସଦସ୍ୟ ଅରୁଣ ପ୍ରସାଦ ପଣ୍ଡା, ଆଦିକାନ୍ତ ଦାଶ ମହାରାଜ, ଦେବଦତ୍ତ ମେକାପ, ଅନୁପ ଚୌଧୁରୀ, ପଙ୍କଜିନି ଜେନା, ସନ୍ୟାସୀ ଗୌଡ଼, ସହ ଦୁର୍ଗପତି।ଏଲ. ଏନ ବେହେରା,ଅରୁଣ ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ,ସୁବେଦାର ପି .କେ ସେଠି,ଡେପୁଟି ସୁବେଦାର ସରୋଜ କାନ୍ତ ସାହୁ,ଟିଟନ କୁମାର ଦାଶ ପ୍ରମୁଖଙ୍କ ଉପସ୍ଥିତିର ଶତାଧିକ ଗଛ ଲଗାଯାଇଥିଲା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବ ନିର୍ବାଚିତ ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ,ସମ୍ପାଦକ ମରୁତ କୁମାର ପରିଡା,କୋଷାଧ୍ୟକ୍ଷ ସୁରେଶ ଗୌଡ଼ଙ୍କ ସମେତ ବଟାଲିୟନର ଅଫିସର,ହାବିଲଦାର ଓ ସୀମାହି ପ୍ରମୁଖ ଉପସ୍ଥିତ ଥିଲେ l