ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ଗାଡି ମାନଙ୍କୁ ନିୟୋଜିତ କରାଯାଇଛି । ତେବେ ନିୟୋଜିତ ଗାଡି ଡ୍ରାଇଭର ମାନଙ୍କ ଖାଇବା ଏବଂ ରହିବାରେ ଅସୁବିଧା ହେଉଥିବା ନେଇ ମଙ୍ଗଳବାର ଗଂଜାମ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଗଂଜାମ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ବାରମ୍ବାରା ପ୍ରିଜାଇଡିଂ ଅଫିସର ତଥା ନିର୍ବାଚନପରିଚାଳାନା ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାଦ୍ୱାରା ସେମାନେ ରାଜନୈତିକ ହିଂସାର ଶିକାର ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ ସେମାନେ ଉକ୍ତ ଦାବି ପତ୍ରରେ ଦର୍ଶାଇଛନ୍ତି । ଏହି ଦାବୀ ପତ୍ର ବେଳେ ଗଞ୍ଜାମ ଜିଲ୍ଲା ଓଡିଶା ଡ୍ରାଇଭର ସଂଘର ସଭାପତି ଏମ. ଡି. ସାହାବୁଦ୍ଦିନ ଓ ସମ୍ପାଦକ ବବୁଲୁ ବିଶ୍ୱାଳଙ୍କ ସମେତ ବହୁ ଡ୍ରାଇଭର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ