ଶିବାନନ୍ଦ ଆଶ୍ରମରେ ଆଧ୍ୟାତ୍ମିକ ସାହିତ୍ୟ ଆସର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ଆଧ୍ୟାତ୍ମିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସମାଜ ସଂସ୍କାରରେ ସତସଙ୍ଗର ପ୍ରଭାବ ଶୀର୍ଷକ ଆଲୋଚନାରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱସୂପାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ପ୍ରଦିପ କୁମାର ଦାଶ ମୁଖ୍ୟବକ୍ତା, ମେଜର ଭରତ ଚନ୍ଦ୍ର ଜେନା, ସତୀର୍ଥର ସଭାପତି ଅମର ପ୍ରସାଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳୁଷିତ ସମାଜକୁ ସଂସ୍କାରିତ କରିବାରେ ସତସଙ୍ଗ ମାଧ୍ୟମରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ସ୍ୱପ୍ନାଂଶୁ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷାବିତ ଶୈଳଜାଶଙ୍କର ସାମଲ ଅତିଥି ପରିଚୟ ପ୍ରବଚକ ଶ୍ରୀଧର ରାଉତ ଶିବାନନ୍ଦ ଆଶ୍ରମର କାର୍ଯ୍ୟକ୍ରମ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଯୋଗଗୁରୁ ସଞ୍ଜୟ ମଥାନ ଆବାହନୀ ସଂଗୀତ ଗାନ କରିଥିଲେ । କବି ଅଭୟ କୁମାର ରାଉତ ଓ ସହସମ୍ପାଦକ ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ଭରତ ଚରଣ ସାହୁ, ଅଜୟ କୁମାର ପାତ୍ର, ରଞ୍ଜନ ବାଇ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଡଃ. ରତ୍ନାକର ମଲିକ, ଅନନ୍ତ ନାୟକ, ବାସନ୍ତୀ ଦାସ, ସାବିତ୍ରୀ ନହାରଣା, ଗୋଲାପ ରାଉତ, ଶରତ ରାଉତ ପ୍ରମୁଖ ୩୦ଜଣ କବି ଓ କବୟତ୍ରୀମାନେ ଭକ୍ତି ରସାତ୍ମକ କବିତା ପାଠ କରିଥିଲେ । ପରିଷଦର କାର୍ଯ୍ୟକାରୀ ସଭାପତି ଟିଟିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


